Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଅଣସରର ତୃତୀୟ ଦିନ;  ଅସୁସ୍ଥ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି   

ପୁରୀ: ପବିତ୍ର ସ୍ନାନ ଯାତ୍ରାରେ ୧୦୮ ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପଡିଛନ୍ତି ମହାପ୍ରଭୁ। ମହାପ୍ରଭୁ ଏବେ ଅଣସର ଘରେ ଅଛନ୍ତି।ଆଜି ଅଣସରର ତୃତୀୟ ଦିନ । ଶ୍ରୀଜିଉଙ୍କୁ ସୁସ୍ଥ କରିବା ଲାଗି ତାଙ୍କ ସେବାରେ ଲାଗିପଡ଼ିଛନ୍ତି ଦଇତାପତି ସେବାୟତ। ମହାପ୍ରଭୁଙ୍କ ଚାଲିଛି ଗୁପ୍ତ ଉପଚାର। ଦଇତାପତି ସେବାୟତଙ୍କ ଦ୍ୱାରା ଅଣସର ଘରେ ମହାପ୍ରଭୁଙ୍କ ଓଦା ଲୁଗା ଲାଗି ନୀତି କରାଯାଉଛି ।

ବୈଦରାଜଙ୍କ ପରାମର୍ଶ ଅନୁସାରେ ଅସୁସ୍ଥ ମହାପ୍ରଭୁଙ୍କୁ କ୍ଷୀର, ସର, ଛେନାରୁ ନେଇ ବିଭିନ୍ନ ଫଳମୂଳ ଆଦି ଭୋଗ କରାଯାଉଛି । ଏହି ସମୟରେ ଜଗମୋହନରୁ ଅଣସର ଘର ପର୍ଯ୍ୟନ୍ତନିଷିଦ୍ଧାଞ୍ଚଳ ଘୋଷଣା କରାଯିବା ସହିତ ଭଜନ କୀର୍ତ୍ତନକୁ ବାରଣ କରାଯାଇଛି । ଏହି ସମୟରେ ଭକ୍ତଙ୍କ ଲାଗି ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ। ଶ୍ରୀମନ୍ଦିରରେ ବନ୍ଦ ରହିଛି ସର୍ବସାଧାରଣ ଙ୍କ ଦର୍ଶନ। ଏଥିପାଇଁ ଶ୍ରୀ ଅଲାରାଥଙ୍କ ପୀଠରେ ଅଣସର ଦର୍ଶନ ଆରମ୍ଭ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ