Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନୁଗୁଳସ୍ଥିତ ଡ. ବି.ଆର୍ ଆମ୍ବେଦକର ଫାଉଣ୍ଡେସନ ଉଚ୍ଛେଦ ନୋଟିସକୁ ତୀବ୍ର ବିରୋଧ

କଳାହାଣ୍ଡି: ଅନୁଗୁଳ ସହରରେ ଭଗବାନ ବୁଦ୍ଧ ଓ ବାବାସାହେବ ଡ. ବି. ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଓ ଡ. ବି.ଆର୍ ଆମ୍ବେଦକର ଫାଉଣ୍ଡେସନର ଗ୍ରୁହକୁ ଉଚ୍ଛେଦ କରିବାକୁ ଅନୁଗୁଳ ଜିଲ୍ଲା ପ୍ରଶାସନ ନୋଟିସ୍ ଜାରି କରିଥିବାବେଳେ ଏହାକୁ ନେଇ ରାଜ୍ୟ ବ୍ୟାପି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ! ଏହାକୁ ନେଇ ଆଜି ଅନୁଗୁଳ ସହରରେ ଏକ ବିଶାଳ ପ୍ରତିବାଦ ସମାବେଶ ହୋଇଥିବାବେଳେ ଏଥିରେ ରାଜ୍ୟ ବ୍ୟାପି ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗଙ୍କ ସମେତ ଶତାଧିକ ବହୁଜନ ବିଚାରଧାରା ଦ୍ବାରା ଉଦବୁଦ୍ଧ ଓ ଆମ୍ବେଦକରବାଦୀ ସଂଗଠନ ଏଥିରେ ଭାଗ ନେଇଥିଲେ ! ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଲୋକେ ଏଇ ସମାବେଶରେ ଯୋଗଦେଇ ଅନୁଗୁଳ ଜିଲ୍ଲା ପ୍ରଶାସନର ଏତାଦ୍ରୁଶ ନୀତିକୁ ନିନ୍ଦା କରିବା ସହ ଜିଲ୍ଲା ପ୍ରଶାସନ ଏଇ ନୋଟିସ୍ ଫେରାଇ ନେବାକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ! ଏଥିରେ ଓଡ଼ିଶା ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, କଳାହାଣ୍ଡିର ସଭାପତି ଶ୍ରୀବତ୍ସ ତାଣ୍ଡିଙ୍କ ନେତ୍ରୁତ୍ବରେ ଫେଡେରେସନର ବରିଷ୍ଠ ଉପଦେଷ୍ଟା ଦିଗାମ୍ବର ଦୁରିଆ, କାର୍ଯ୍ୟକାରୀ ସଭାପତି ଆଶିଷରଞ୍ଜନ ନାଏକ, ଯୋଜନା ଓ ସମ୍ମନ୍ବୟ କମିଟି ମୁଖ୍ୟ ବିଭୀଷଣ ନାଏକ, ଯୁବ ବିଭାଗର ମାଧବ ସୁନାନୀ ପ୍ରମୁଖଙ୍କ ଏକ ପ୍ରତିନିଧି ଦଳ ଏଥିରେ ସାମିଲ ହେବା ସହ ଏଇ ଆନ୍ଦୋଳନକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରିବା ସହିତ ଅନୁଗୁଳ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଥିଲେ ! ଏହାସହିତ ଏ ଲଢ଼େଇ ଏକ ନିଷ୍କର୍ଷକୁ ପହଞ୍ଚିବା ପର୍ଯ୍ୟନ୍ତ ଫେଡେରେସନ ତାର ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ଫେଡେରେସନ ତରଫରୁ ସୂଚନା ଦିଆଯାଇଛି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories