Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ ରାସ୍ତାରେ ପାର୍କିଂ ହେବନି ଗାଡି; ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ରାସ୍ତାରେ ପାର୍କିଂ ହେବନି ଗାଡି । ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହିପରି କିଛି ନୋଟିସ ଜାରି କରିଛି ବିଏମସି। ବାଣିବିହାରରୁ ମହର୍ଷି କଲେଜ ଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବରେ ଶହ ଶହ ଗାଡି ପାର୍କିଂ ହେଉଥିଲା। ଯାହା ଫଳରେ ଟ୍ରାଫିକ ଜାମ୍‌ ଭଳି ସମସ୍ୟା ଉପୁଜୁଥିଲା । ଏହାକୁ ଏଡାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛି ବିଏମସି। ଏବେ ସେଠାରେ ନୋ ପାର୍କିଂ ସାଇନ ବୋର୍ଡ ଲଗାଇଛି ବିଏମସି । ଆଜିଠାରୁ କଡାକଡି ଭାବେ ନିୟମ ପାଳନ କରାଯିବ ବିଏମସି ପକ୍ଷରୁ ଜାରି ନୋଟିସରେ ଉଲ୍ଲେଖ କରାଯାଇଛି ।

କେମିତି ଟ୍ରାଫିକ ଜାମ ନହେବ ଏବଂ ସୁରୁଖୁରୁରେ ଲୋକେ ଯାତାୟତ କରିବେ ତାହାକୁ ଦୃଷ୍ଟିରେ ରଖି ବହୁ ତଳ ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି । ସହିଦନଗର ଅଂଚଳରେ ତିଆରି ହୋଇଛି ବହୁତଳ ପ୍ରାସାଦ ପାର୍କିଂ ସ୍ଥାନ । ତେଣୁ ଲୋକେ ଏଣେ ତେଣେ ରାସ୍ତା କଡରେ ଗାଡି ପାର୍କିଂ ନକରି ପାର୍କିଂ ସ୍ଥଳରେ ଗାଡିଂ ପାର୍କିଂ କରିବା ଅଭ୍ୟାସ କରିବାକୁ ପଡିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ