Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡ଼ା ମାଲିମୁଣ୍ଡା ଷ୍ଟାଡିୟମରେ ଅକ୍ଟୋବରରେ ସେନା ନିଯୁକ୍ତି ରାଲି, ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ଝାରସୁଗୁଡ଼ା ମାଲିମୁଣ୍ଡା ଷ୍ଟାଡିୟମରେ ଅକ୍ଟୋବରରେ ସେନା ନିଯୁକ୍ତି ରାଲି, ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ଝାରସୁଗୁଡ଼ା, ୨୩/୯ (ଓଡ଼ିଶା ନ୍ୟୁଜ): ଝାରସୁଗୁଡ଼ା ଜିଲ୍ଲା ମାଲିମୁଣ୍ଡା ସ୍ଥିତ ଜିଲ୍ଲା କ୍ରୀଡ଼ା ପ୍ରକଳ୍ପ ପରିସରରେ ଅକ୍ଟୋବର ମାସରେ ପ୍ରସ୍ତାବିତ ସେନା ନିଯୁକ୍ତି ରାଲି-୨୦୨୭ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ବୁଧବାର ମାଲିମୁଣ୍ଡା ଷ୍ଟାଡିୟମ ପରିଦର୍ଶନ କରି ପ୍ରସ୍ତୁତିର ସ୍ଥିତି ଅନୁଧ୍ୟାନ କରିଛନ୍ତି।ପରିଦର୍ଶନ ସମୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅମୃତ ଆଚାର୍ଯ୍ୟ ଓ ଝାରସୁଗୁଡ଼ା ପୌରପାଳିକା ନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେଙ୍କ ସହ ଜିଲ୍ଲାପାଳ ଶ୍ରୀ ଚହ୍ୱାଣ ରାଲି ଆୟୋଜନ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ବିଶେଷ କରି ଯୁବକ ମାନଙ୍କ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ଟ୍ରାକ୍‌ ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥା, ବିଦ୍ୟୁତ, ପାନୀୟ ଜଳ ଓ ପରିମଳ ଭଳି ମୌଳିକ ସୁବିଧା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥିସହ ରାଲିକୁ ଶୃଙ୍ଖଳିତ ଓ ସୁଚାରୁ ଭାବେ ପରିଚାଳନା ପାଇଁ ସମ୍ପୃକ୍ତ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଆବଶ୍ୟକ ଭିତ୍ତିଭୂମି ଶୀଘ୍ର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ଜିଲ୍ଲାପାଳ ଷ୍ଟାଡିୟମ ପରିସରରେ ନିର୍ମାଣାଧୀନ ସୁଇମିଂ ପୁଲ୍‌ର କାର୍ଯ୍ୟ ମଧ୍ୟ ତଦାରଖ କରିଥିଲେ। ନିର୍ମାଣ କାର୍ଯ୍ୟ ର ମାନ ଯାଞ୍ଚ କରିବା ସହ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories