Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଟ୍ରେନ୍ ଦୁର୍ଘଟଣା; ତୃତୀୟ ଦିନରେ ବି ଚାଲିଛି ସିବିଆଇର ଛାନ୍‌ଭିନ୍‌

ବାଲେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାର ଚାଲିଛି କାରଣ ଖୋଜା। ସିବିଆଇର ସ୍ବତନ୍ତ୍ର ଟିମ୍‌ ଏହାର ତଦନ୍ତ କରୁଛି। ଆଜି ବି ଘଟଣାସ୍ଥଳରେ ପହଞ୍ଚିଛି ସିବିଆଇ। ତଦନ୍ତର ତୃତୀୟ ଦିନରେ ସିବିଆଇ ଟିମ୍ ତଦନ୍ତ ଚଳାଇଛି। କେମିତି ଓ କାହିଁକି ହେଲା ଏତେ ବଡ ଦୁର୍ଘଟଣା ତାକୁ ନେଇ ଚାଲିଛି ଖୋଳତାଡ। ଏହା ମନୁଷ୍ୟକୃତ କି ଯାନ୍ତ୍ରିକ ତ୍ରୁଟି ତାହା ଜାଣିବା ପାଇଁ ସିବିଆଇ ଜୋରଦାର ତଦନ୍ତ ଚଳାଇଛି। ଦୁର୍ଘଟଣା ଦିନ ବାହାନଗା ରେଳ ଷ୍ଟେସନରେ ଡ୍ୟୁଟିରେ ଥିବା ସବୁ ରେଳ ଅଧିକାରୀ ଏବଂ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ଏଥି ସହ ଗତ କିଛି ମାସ ମଧ୍ୟରେ ଷ୍ଟେସନରେ ଲାଗିଥିବା ଯାନ୍ତ୍ରିକ ଉପକରଣ ଉପରେ ସିବିଆଇ ତଥ୍ୟ ସଂଗ୍ରହ କରିଛି ।

ସିବିଆଇର ଟେକ୍ନିକାଲ ଏକ୍ସପର୍ଟ ଏବଂ ଫରେନସିକ୍ ଟିମ୍ ମିଳିତ ଭାବେ ରେଲୱେ ଟ୍ରାକର ଛାନଭିନ୍ କରିଛନ୍ତି । ରିଲେ ରୁମ ଏବଂ ଷ୍ଟେସନ ମାଷ୍ଟରଙ୍କ ରୁମରେ ମଧ୍ୟ ଖୋଳତାଡ କରିଛି ସିବିଆଇ । ତଦନ୍ତକାରୀ ଟିମ ସିଗନାଲ ରୁମକୁ ସିଲ କରିବା ସହ ତଥ୍ୟ ପ୍ରମାଣ ସଂଗ୍ରହ କରିଛନ୍ତି ବୋଲି ଜଣାପଡ଼ିଛି।