ଅମର ପାଲି ହାଇ ସ୍କୁଲ ରେ ବ୍ଲକ ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଉଦଘାଟିତ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲ ଖେଳ ପଡ଼ିଆରେ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ ଖେଳକୁଦ ପ୍ରତିଯୋଗିତା ଗୁରୁବାର ଉଦଘାଟିତ ହୋଇଯାଇଛି। ଅମରପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସ୍ଥାନୀୟ ହାଇସ୍କୁଲର ସ୍କୁଲ ପରିଚାଳନା କମିଟି ର ସଭାପତି ଅଶୋକ କୁମାର ସାହୁ ,ପୂର୍ବତନ ସମିତିସଭ୍ୟ ପୀତାମ୍ବର ସାହୁ , ସ୍ୱେଚ୍ଛାସେବୀ ନିର୍ମଳ ଚନ୍ଦ୍ର ସାହୁ, ବୀରମହାରାଜପୁର ବିଦ୍ୟାଳୟ କ୍ରୀଡ଼ା ସମୂହ ବ୍ଲକ ସମ୍ପାଦକ ରଞ୍ଜିତ ପଧାନ,ସୁବଳୟା ହାଇସ୍କୁଲ ଖେଳ ଶିକ୍ଷକ ପ୍ରଦୀପ ମହାନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାବାର୍ତ୍ତା ପ୍ରଦାନ କରିବା ସହିତ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ ଖେଳକୁଦ ପ୍ରତିଯୋଗିତା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମଧ୍ୟାନ୍ତର ରେ ବୀରମହାରାଜପୁର ବ୍ଲକ ଶିକ୍ଷା ଅଧିକାରୀ ଅଭିଷେକ ଭୁଏ, ବହଳପଦର କ୍ଲଷ୍ଟର ର ସିଆରସିସି କମ୍ଭୂ ପ୍ରଧାନ ଓ ମୁର୍ଷୁଣ୍ଢୀ କ୍ଲଷ୍ଟର ସିଆରସିସି ପ୍ରମୋଦ ବିଶ୍ୱାଳ ପ୍ରମୁଖ ଯୋଗଦେଇ କ୍ରୀଡ଼ା ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥିଲେ। ସ୍ଥାନୀୟ ହାଇସ୍କୁଲର ଖେଳ ଶିକ୍ଷକ କହ୍ନେଇ ଚରଣ ପ୍ରଧାନ କ୍ରୀଡ଼ା ବିବରଣୀ ପ୍ରଦାନ କରିଥିଲେ। ବହଳପଦର ୟୁପି ସ୍କୁଲର ପ୍ରଧାନଶିକ୍ଷକ ପ୍ରାଣବନ୍ଧୁ ସାହୁ ସଭା କାର୍ଯ୍ୟ ସଂଯୋଜନା କରିଥିବା ବେଳେ ଶ୍ୟାମ ସୁନ୍ଦର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। କ୍ରୀଡ଼ା ପତାକା ଉତ୍ତୋଳନ ପରେ ଶପଥ ପାଠ ପରେ ଖେଳ ଆରମ୍ଭ କରାଯାଇଥିଲା। ପ୍ରଥମ ଦିବସ ରେ ବ୍ଲକର ଚାରୋଟି ଜୋନ ରୁ ପ୍ରାୟ ୨୬୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଉଭୟ ବାଳିକା ଓ ବାଳକ ବର୍ଗ ରେ ୧୭ ବର୍ଷରୁ କମ୍ ଓ ୧୪ ବର୍ଷରୁ କମ୍ ବିଭାଗରେ ୧୦୦ ମିଟର,୨୦୦ ମିଟର,୪୦୦ ମିଟର,୮୦୦ ମିଟର,୧୫୦୦ ମିଟର ଓ ୩ହଜାର ମିଟର ଦୌଡ଼ ପ୍ରତିଯୋଗିତା, ଲମ୍ବ ଡିଆଁ,ଉଚ୍ଚ ଡିଆଁ, ସର୍ଟ ଫୁଟ ଥ୍ରୋ,ଡିସ୍କସ ଥ୍ରୋ, ଜେଭେଲିଙ୍ଗ ଥ୍ରୋ ଆଦି ପ୍ରତିଯୋଗିତା କରାଯାଇଥିଲା। ତନ୍ମଧ୍ୟରୁ ପ୍ରତି ପ୍ରତିଯୋଗୀତା ରେ ପ୍ରଥମ ହୋଇଥିବା ପ୍ରାୟ ୪୦ ଜଣ ପ୍ରତିଯୋଗୀ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖେଳକୁଦ ପ୍ରତିଯୋଗିତା କୁ ଚୟନ ହୋଇଥିଲେ। ଶୁକ୍ରବାର ଦିନ ଉଭୟ ବାଳିକା ଓ ବାଳକ ବର୍ଗ ରେ ୧୭ ବର୍ଷରୁ କମ୍ ଓ ୧୪ ବର୍ଷରୁ କମ୍ ବିଭାଗର ଖୋକୋ, ଫୁଟବଲ୍ ଓ କବାଡି ପ୍ରତିଯୋଗୀ ହେବ। ସମସ୍ତ ପ୍ରତିଯୋଗିତା କୁ ଖେଳ ଶିକ୍ଷକ ସୁରେନ୍ଦ୍ର ପ୍ରଧାନ, ରେଖାଚନ୍ଦ୍ର ମେହେର,ପରମେଶ୍ୱର ପଣ୍ଡା,ବିପ୍ରଚରଣ ପେରା, କଲିମ ମହମ୍ମଦ, ଉପେନ୍ଦ୍ର ସାହୁ, ପ୍ରତିଭା ଭୋଇ, ଇନ୍ଦ୍ରଜିତ ଦାସ , ଦୀନବନ୍ଧୁ ଛିଚୁହାନ , ଶକ୍ତି କିଶୋର ସାମନ୍ତରl ,ଶେଷଦେବ ପ୍ରଧାନ, ରାଜ କମଲ ସିଂ ବାବୁ , ଆନନ୍ଦିନୀ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

