Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବାଳକ ହାଇସ୍କୁଲ ରେ ବ୍ଲକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ

ବୀରମହାରାଜପୁର : ସ୍ଥାନିୟ ବାଳକ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି l ଏହାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବିଜ୍ଞାନ ଅନ୍ଧବିଶ୍ୱାସ ଦୂର କରେ ବୋଲି ମତ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ତଥା ବିଚାରକ ଭାବେ ଚକାବର ସି ଆର୍ ସି ସି, ମଞ୍ଚ ଅଭିନେତା ନାରାୟଣ ବେହେରା ଏବଂ କଳା ଶିକ୍ଷକ କବି ଶୁଭେନ୍ଦୁ ମେହେର ଯୋଗ ଦେଇଥିଲେ । ବାଳିକା ଉଚ୍ଚ ବିଦ୍ୟାଳୟ ,ବୀରମହାରାଜପୁର ଶ୍ରେଷ୍ଠ ଦଳ ଭାବେ ଜିଲ୍ଲା ସ୍ତର କୁ ମନୋନୀତ ହୋଇଥିଲl l ବିଜ୍ଞାନ ଶିକ୍ଷକ ତଥା ବାଳକ ଉଚ୍ଚ ବିଦ୍ୟାଳୟ ନାଟ୍ୟ ଦଳ ର ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ହୋତା କାର୍ଯକ୍ରମ ପରିଚାଳନା କରିଥିଲା ବେଳେ ବିଦ୍ୟାଳୟ ର ଶିକ୍ଷକ/ କର୍ମଚାରୀ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ