ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ର ଅବସ୍ଥା ଉଦବେଗଜନକ


ଅନୁଗୁଳ: ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜଣେ ମେଡ଼ିସିନ ଡାକ୍ତର ବଦଳି ପରେ ଆଉ ଜଣେ ମେଡ଼ିସିନ ଡାକ୍ତରଙ୍କୁ ନିଯୁକ୍ତି ଦିଆ ଯାଇଥିଲା। ନିଯୁକ୍ତି ପର ଠାରୁ ତାଙ୍କର ସୁସ୍ଥ୍ୟ ଅବସ୍ଥା ଖରାପ ଥିବାର ଦର୍ଶାଇ ସେ ବହୁ ଦିନରୁ ଆଉ ଆଠମଲ୍ଲିକ ଆସୁନାହାନ୍ତି। ଯାହା ଫଳରେ ଏବେ ଆଠମଲ୍ଲିକ ରେ ମେଡିସିନ ଡାକ୍ତର ନଥିବାରୁ ସ୍ବାସ୍ଥ୍ୟସେବାର ବେହାଲ ହୋଇପଡିଛି। ଲୋକେ ସାଧାରଣ ଟିକିଏ ଦେହ ଖରାପ ହେଲେ ରୋଗୀକୁ 80 କିମି କିଲେମିଟର ଦୁର ଅନୁଗୁଳ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡୁଛି। ଯାହା ପାଖରେ ଟଙ୍କା ନାହିଁ ସେ ଭବାନ ଭଗବାନଙ୍କ ଭରଷାରେ ଆଠମଲ୍ଲିକ ମେଡିକାଲ ରେ ପଡିରହୁଛନ୍ତି। ଜଣେ ଡେଣ୍ଟାଲ, ଜଣେ ଆର୍ଟପେଡିକ ଆଉ ଜଣେ ଗାଇନିଙ୍ଗ। ଏବଂ ଜଣେ ଚାଇଲଡ ଡାକ୍ତର ଙ୍କ ଭରସାରେ ଆଠମଲ୍ଲିକ ମେଡିକାଲ ଚାଲିଛି। କିଛି ଦିନ ହେଲାଣି ଶିଶୁ ଡାକ୍ତର ଜଣଙ୍କ ଛୁଟିରେ ଥିବାରୁ ଆଠମଲ୍ଲିକ ମେଡିକାଲର ସମସ୍ତ ବୋଝ ଗାଇନିଙ୍ଗ ଡାକ୍ତରଙ୍କ ଉପରେ ପଡିଯାଇଥିବାରୁ ଡାକ୍ତର ଜଣଙ୍କ ସଂଖ୍ୟାଧିକ ରୋଗୀଙ୍କୁ ଦେଖିବା ତାଙ୍କ ପକ୍ଷରେ ମୁସ୍କିଲ ହୋଇ ପଡୁଛି।

ଏବେ ଆଠମଲ୍ଲିକ ମେଡିକାଲରେ 34 ଜଣ ଡାକ୍ତର ରହିବା ସ୍ଥାନରେ ଅଛନ୍ତି ମାତ୍ର ଚାରି ଜଣ। ଜଣେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର SDMO ଦାଇତ୍ୱ ବି ତୁଲାଉଛନ୍ତି। ସେ ଆଠମଲ୍ଲିକ ରେ 26 ବର୍ଷ ରହିଲେଣି। ତାଙ୍କ କାଯ୍ୟକାଳ ଭିତରେ ଅନେକ ଡାକ୍ତର ବଦଳି ହେଲେଣି। ଏପରି ପରିସ୍ଥିତିରେ ମେଡ଼ିସିନ ଡାକ୍ତରଙ୍କ ଦେବାଶିଷ ଭଞ୍ଜଙ୍କ ଅନ୍ୟତ୍ର ବଦଳି ହୋଇଯିବା ଫଳରେ ଏବେ ସମସ୍ତ ରୋଗୀ ଦାୟିତ୍ୱ ଜଣେ ମାତ୍ର ଡାକ୍ତର ଉପରେ ପଡି ଯାଇଛି। ଏହି ପ୍ରକାର ଅସୁବିଧା ସମ୍ପର୍କର ଆଠମଲ୍ଲିକ ଆଇନଜିବି ସଙ୍ଘତରଫରୁ ଅନୁଗୁଳ CDMO,ଜିଲ୍ଲାପାଳ,ସ୍ୱାସ୍ଥ୍ୟ ସଚିବଙ୍କୁ ଆଦିଙ୍କୁ ଦାବୀପତ୍ର ମଧ୍ୟମରେ ଅବଗତ କରା ଯାଇଛି। ହେଲେ ଆଜି ଯାଏ ମେଡିସିନ ଡାକ୍ତର ନଥିବାରୁ ରୋଗୀ ମହଲରେ କୋକୁଆଭୟ ସୃଷ୍ଟି ହୋଇଛି। ମେଡ଼ିସିନ ଡାକ୍ତର ନଥିବାରୁ ଲୋକେ ବୌଦ୍ଧ ଓ ଅନୁଗୁଳ କୁ ଯାଇ ଅଯଥା ଖର୍ଚ୍ଚନ୍ତ ହେଉଛନ୍ତି। ସମୟେ ସମୟେ ଦଲାଲ ମାନଙ୍କ ହାବୁଡ଼ରେ ପଡି ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଦଲାଲ ମାନେ ବିଭିନ୍ନ ସମୟରେ ଅଯଥା ଟେଷ୍ଟ କରାଇ କମିସନ ଖାଉଛନ୍ତି। ଡାକ୍ତରଙ୍କ ଅଭାବ ଥିବା ସମୟରେ ୩୦ ଜଣ ନର୍ସ ସ୍ଥାନରେ ଅଛନ୍ତି ମାତ୍ର ୪ ଜଣ ନର୍ସ। ରକ୍ତଭଣ୍ଡାର ପାଇଁ ଜଣେବି କର୍ମଚାରୀ ନାହାନ୍ତି। ସେହି ପରି କିରାଣୀ କାର୍ଯ୍ୟ ତୁଲାଇବା ପାଇଁ ୩ ଗୋଟି ପଦବୀ ଅଛି। ହେଲେ ଜଣେ ମଧ୍ୟ କିରାଣୀ ନାହାନ୍ତି। ଦୈନିକ ରୋଗୀ ସଂଖ୍ୟା ଦ୍ବିଗୁଣିତ ବୃଦ୍ଧି ପାଉଥିବା ବେଳେ ଡାକ୍ତର ଓ ନର୍ସ ଙ୍କ ଅଭାବ ଦେଖିବାକୁ ମିଳୁଛି। ଏହାରି ଭିତରେ MDNHMର ମିଶନ ଡାଇରେକଟର ଅଫିସରୁ ଜଣେ ନୋଡଲ ଅଫିସର ଆଠମଲ୍ଲିକ ପରିଦର୍ଶନରେ ଆସି ଥିଲେ। ହେଲେ ଆଠମଲ୍ଲିକ ମେଡିକାଲ କୁ କାହିଁକି ପରିଦର୍ଶନରେ ଆସିଲେ ନାହିଁ ତାହା ବଡ଼ପ୍ରଶ୍ନ ସୃଷ୍ଟି କରିଛି। ଆଠମଲ୍ଲିକ ମୁଖ ଚିକିଛାଳୟରେ ତୁରନ୍ତ ଜଣେ ମେଡ଼ିସିନ ଡାକ୍ତର ନିଯୁକ୍ତି ପାଇଁ ସମସ୍ତ ଜନସାଧାରଣ ତରଫରୁ ଦାବି ହେଉଛି।
ଦାବୀ ପୁରଣ କରାନଗଲେ ଜନ ଆନ୍ଦୋଳନ ଓ ଧାରଣ ହେବ ବୋଲି ଲୋକମତ ପ୍ରକାଶ ପାଇଛି।