Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରେନ୍ ଲାଇନ୍ କଡ଼ରୁ ଯୁବକଙ୍କ ମୁଣ୍ଡ ଛିନ୍ନ ମୃତଦେହ ଠାବ: ହତ୍ୟା ନା ଆତ୍ମହତ୍ୟା, ବଢ଼ୁଛି ସନ୍ଦେହ ।

ବଲାଙ୍ଗୀର,୨୭।୯: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବସ୍ତି ରେଳ ଫାଟକ ନିକଟରୁ ରବିବାର ସକାଳେ ଜଣେ ଯୁବକଙ୍କ ମୁଣ୍ଡ ଗଣ୍ଡି ବିଚ୍ଛିନ୍ନ ମୃତଦେହ ଠାବ କରାଯାଇଛି। ରେଳ ଫାଟକ ଠାରୁ ପ୍ରାୟ ୧୦୦ ମିଟର ଦୂର ଟ୍ରେନ୍ ଲାଇନ୍ କଡ଼ରେ ମୃତଦେହଟି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।
ତେବେ ମୃତ ଯୁବକଙ୍କ ସଠିକ୍ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଏହା ଆତ୍ମହତ୍ୟା ନା କୌଣସି ଯୋଜନାବଦ୍ଧ ହତ୍ୟାକାଣ୍ଡ, ସେ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସନ୍ଦେହ ଓ ଆଲୋଚନା ପ୍ରକାଶ ପାଇଛି।
ଖବର ଲେଖାଯିବା ସୁଦ୍ଧା ଘଟଣାସ୍ଥଳରେ ଜିଆରପି (GRP) ପୋଲିସ୍ ପହଞ୍ଚି ନ ଥିବା ଜଣାପଡ଼ିଛି। ପୋଲିସ୍ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କଲେ ମୃତକଙ୍କ ପରିଚୟ ଏବଂ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories