Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକାଶ ପାଇଲା ଯୁକ୍ତ ୨ କଳା ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ କଳା ପରୀକ୍ଷା ଫଳ ।  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଅପରାହ୍ନରେ ରେଜଲ୍ଟ ପ୍ରକାଶ ପାଇଛି । ଏଥର ପାସ ହାର ରହିଛି ୭୮.୮୮ ପ୍ରତିଶତ। ତେବେ ଛାତ୍ରଛାତ୍ରୀମାନେ -www.orissaresults.nic.inରେ ନିଜ  ରେଜଲ୍ଟ ଦେଖି ପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହୋଇଥିଲା। ବୁକଲେଟ ଜାରି ହେବା ପରେ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ। ଛାତ୍ରଛାତ୍ରୀ www.orissaresults.nic.inରେ ନିଜ ରେଜଲ୍ଟ ଜାଣିପାରିବେ । ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ୨ଲକ୍ଷ ୧୯ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଏହାପୂର୍ବରୁ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ଫଳାଫଳ ପ୍ରକାଶ ପାଇ ସାରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ