Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟାରେ ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ବୀରମହାରାଜପୁର : ଓଡ଼ିଶା ଜୀବିକା ମିଶନ, ବୀରମହାରାଜପୁର ଅନ୍ତର୍ଗତ ଆଦର୍ଶ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ, ସୁବଳୟା ପକ୍ଷରୁ ଗୁରୁବାର ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉତ୍ସାହ ଓ ଶ୍ରଦ୍ଧାର ସହିତ ପାଳନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାନେତ୍ରୀ ମୀରା ବାରିକ ସଭାପତିତ୍ୱ କରିଥିବା ବେଳେ ଏମ୍ .ବି.କେ ବବିତା ରାଣୀ ମହାପାତ୍ର ସଭା ପରିଚାଳନା କରିଥିଲେ।
ଏହି ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ପ୍ରଖ୍ୟାତ ବାନ୍ଧ ଶିଳ୍ପୀ ବିନାୟକ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଗୌରାଙ୍ଗ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମ ଅବସରରେ ସଂଘ ପକ୍ଷରୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ତଥା ମହିଳା ଉଦ୍ୟୋଗୀ ଦ୍ରୌପଦୀ ବିଶିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ନାରୀ ସଶକ୍ତିକରଣ କ୍ଷେତ୍ରରେ ବିଶିଷ୍ଟ ଭୂମିକା ଓ ଅବଦାନ ପାଇଁ ବରିଷ୍ଠ ନାଗରିକମାନଙ୍କ ପକ୍ଷରୁ ସଂଘର ସଭାନେତ୍ରୀ ମୀରା ବାରିକଙ୍କୁ ଏକ ସ୍ମାରକ (ଟ୍ରଫି) ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକମାନଙ୍କ ଅନୁଭବ, ଅବଦାନ ଓ ସମାଜ ପ୍ରତି ସେମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲl । ଏଥିସହିତ ବରିଷ୍ଠ ନାଗରିକମାନଙ୍କ ସମ୍ମାନ ଓ ସେମାନଙ୍କ ପ୍ରତି ସମାଜର ଦାୟିତ୍ୱ ବିଷୟରେ ମଧ୍ୟ ମତବିନିମୟ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ୩୦ରୁ ଅଧିକ ବରିଷ୍ଠ ନାଗରିକ, ସମସ୍ତ ସିଆରପି ଏବଂ ଇସିସଭ୍ୟାମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ପରିଲକ୍ଷିତ ହୋଇଥିଲା।
ଶେଷରେ ସଂଘର ସଭାନେତ୍ରୀ ମୀରା ବାରିକ ସମସ୍ତ ଅତିଥି, ବରିଷ୍ଠ ନାଗରିକ, ସିଆରପି ଓ ଇସି ସଭ୍ୟାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହାପରେ ସୁବଳୟା ଆଦର୍ଶ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ଅଧୀନସ୍ଥ ୯ଟି ଆଞ୍ଚଳିକ ମଞ୍ଚରେ ମଧ୍ୟ ବରିଷ୍ଠ ନାଗରିକ ଦିବସ ପାଳନ କରିବା ନିମନ୍ତେ ଆଲୋଚନା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ