Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରକ୍ସା ପୂଲିଆ ଛକ ରୁ 22 କେଜି ଗଞ୍ଜେଇ ଜବତ କରି ଜଣକୁ ଗିରଫ କରିଛି ବୀରମହାରାଜପୁର ପୁଲିସ

ବୀରମହାରାଜପୁର : ବୀରମହାରାଜପୁର ଥାନା ତଥା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ରକ୍ସାପୁଲି ଛକ ଠାରେ ବୁଧବାର ଜଣେ ବ୍ୟକ୍ତି ବସ୍ ଯୋଗେ ଗଞ୍ଜେଇ ଚାଲାଣ କରିବାକୁ ଯୋଜନା କରୁଥିବା କଥା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୀରମହାରାଜପୁର ପୁଲିସ ଘଟଣାସ୍ଥଳକୁ ତୁରନ୍ତ ଯାଇ ତାଙ୍କର ଲଗେଜ ବ୍ୟାଗ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ତହିଁରୁ ୨୨ କେଜି ୨୦୦ ଗ୍ରାମ ଗଞ୍ଜେଇ ବାହାରି ଥିବାବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା । ଗିରଫ ବ୍ୟକ୍ତି ଜଣକ ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମର ବିନୋଦ ବାଘ (୩୪) ବୋଲି ଜଣାପଡ଼ିଛି । ଏ ନେଇ ବୀରମହାରାଜପୁର ଥାନାରେ ଏକ ମାମଲା (୨୪୨/୨୬) ରୁଜୁ ହୋଇଥିବା ଜଣାଯାଇଛି । ପୋଲିସ ଉକ୍ତ ବ୍ୟକ୍ତିଙ୍କ ଠାରୁ ଏକ ମୋବାଇଲ ଫୋନ ଏବଂ ନଗଦ ୨୮୫୦ ଟଙ୍କା ଜବତ କରିଥିବା ଜଣାପଡିଛି । ଆଇଆଇସି ଯଯାତି କେଶରୀ ସାହୁ ମାମଲାର ଅଭିଯୋଗକାରୀ ଏବଂ ଏସଆଇ ଆର୍ତ୍ତତ୍ରାଣ ସାହୁ ମାମଲାର ତଦନ୍ତ ଦାୟିତ୍ୱରେ ଥିବା ଜଣାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ