ମୁର୍ଷୁଣ୍ଢୀ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପନ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ରେ ଚଳିତ ବର୍ଷ ଅକ୍ଟୋବର ୨୫ ତାରିଖ ରେ କଳସ ଯାତ୍ରା ଏବଂ୨୬ତାରିଖ ରୁ ଲଷ୍ମୀପୂଜା ଆରମ୍ଭ ହୋଇ ୪ ନଭେମ୍ବର ତାରିଖ ପର୍ଯ୍ୟନ୍ତ ହେବ ୪୪ ତମ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା। ଏଥିପାଇଁ ସୋମବାର ଦିନ ଏହାର ଶୁଭସ୍ତମ୍ଭ ସ୍ଥାପନ ଓ ଦେବତା ବରଣ କରାଯାଇଛି। ଏହି ଅବସର ରେ ଗ୍ରାମର ଆରଧ୍ୟାଦେବତା ଜଗନ୍ନାଥ ଙ୍କ ଠାରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା। ଏହା ପରେ ଗ୍ରାମର ଖମ୍ବେଶ୍ବରୀ , ପଞ୍ଚଖଣ୍ଡା , ମାଉଲି , କଲାସି, ବାଉତି , କଳିକା , ପନ୍ଥେଇ , ମେଟାକାନୀ , ଗ୍ରାମର ସମସ୍ତ ସାହିର ଭାଗବତ ମନ୍ଦିର ରେ ପୂଜାର୍ଚ୍ଚନା କରି ଦେବତା ବରଣ ଓ ଆଜ୍ଞାମାଳ ଅଣାଯାଇଥିଲା। ଘଣ୍ଟ,ଶଙ୍ଖ ,ହରିବୋଲ ହୁଳହୁଳି ରେ ଏକ ଆଧ୍ୟାତ୍ମିକ ପରିବେଶମୟ ହୋଇ ପଡ଼ିଥିଲା। ଶେଷରେ ଗଜଲକ୍ଷ୍ମୀ ପୂଜା ପଡ଼ିଆରେ ପୂଜାର୍ଚ୍ଚନା କରାଯାଇ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ପୂଜକ ଭାବେ ପ୍ରଦୀପ କୁମାର ରଥ ଓ ନୀଳମାଧବ ପଣ୍ଡା ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ । ପୂଜା କମିଟିର ସଭ୍ୟ ସୌମ୍ୟରଞ୍ଜନ ରଥ , ଦୁର୍ଗା ସାହୁ ରଂଜିତ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

