Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମସିଣା ପାଲି ରାସ୍ତା ଦୁରାବସ୍ଥା ନେଇ ଗ୍ରାମବାସୀଙ୍କ ତୀବ୍ର ଅସନ୍ତୋଷ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମସିଣାପାଲି ରାସ୍ତାର ଶୋଚନୀୟ ଅବସ୍ଥା। ରାସ୍ତା ସାରା ପୋଖରୀ ଭଳିଆ ପାଣି ଓ ଖାଲ। କୋମଳମତି ଛାତ୍ରଛାତ୍ରୀ ମାନେ ସ୍କୁଲ ଯିବା ବାଟରେ ରାସ୍ତାର ଖାଲ ଢିପ ପାଣିରେ ଖସି ପଡି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାଫଳରେ ସ୍କୁଲ କଲେଜ ଯିବାକୁ ଅମଙ୍ଗ ହେଉଛନ୍ତି କୋମଳମତି ଛାତ୍ରଛାତ୍ରୀ । ଗାଁକୁ ପହଞ୍ଚି ପାରୁନାହିଁ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ତଥା ଇନ୍ଧନ ଗ୍ୟାସ ସିଲିଣ୍ଡର ଯାନ। ଯାହାଫଳରେ ଗ୍ରାମର ଶତାଧିକ ପୁରୁଷ ମହିଳାଙ୍କ କୋମଳମତି ଛାତ୍ରଛାତ୍ରୀ ଏହାର ତୀବ୍ର ବିରୋଧ କରିଛନ୍ତି। ରାସ୍ତାର ହାଲ ଏଭଳି କଦର୍ଯ୍ୟ ହୋଇପଡିଛି ଯେ ଚାରିଚକିଆ ମଟର ଯାନ ତ ଦୂରର କଥା ସାଇକେଲ, ବାଇକ ଏପରିକି ଚାଲିକି ଯିବା ମଧ୍ୟ ବିପଦପୂର୍ଣ୍ଣ ହୋଇପଡିଛି। ଗ୍ରାମବାସୀଙ୍କ ଅଭିଯୋଗ ହେଲା ଯେ, କିଛି ମାସ ପୂର୍ବରୁ ୧୦ ଲକ୍ଷ ଟଙ୍କାର ରାସ୍ତା ନିର୍ମାଣ କାମ ହୋଇଥିଲା। ତା ପୂର୍ବରୁ ମଧ୍ୟ ଲକ୍ଷାଧିକ ଟଙ୍କାର ରାସ୍ତା ନିର୍ମାଣ ହୋଇଆସୁଛି। କିନ୍ତୁ ଗ୍ରାମବାସୀ, ଅସହାୟ ବୁଢାବୁଢୀ ତଥା କୋମଳମତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିପଦ ସାଜିଛି ଏହି ନିମ୍ନ ମାନର ରାସ୍ତା ନିର୍ମାଣ। ଏହି ନିମ୍ନ ମାନର ରାସ୍ତା କାମ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ନିହାତି ଆବଶ୍ୟକ ଏବଂ ଯଥାଶୀଘ୍ର ଏହି ରାସ୍ତା ସମସ୍ୟାର ସମାଧାନ ନହେଲେ ଭୟାବହ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ