Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟୋଲ ପ୍ଲାଜାକୁ ଧକ୍କା ଦେଇ ଶ୍ରମିକଙ୍କୁ ନେଇ ଯାଉଥିବା ବସ ଅଟକ

ସମ୍ବଲପୁର: ସାମାନ୍ୟ ବସ୍ ଧକ୍କାରେ ନିଲଡୁଙ୍ଗରୀ ଟୋଲପ୍ଲାଜାର ଟୋଲ ଆଦାୟ ଷ୍ଟଲ ଧରାଶାୟୀ ହୋଇପଡିଛି। ଏଥିପାଇଁ ଆଜି ଶତାଧିକ ବସଯାତ୍ରୀ ପରିବାରଙ୍କୁ ଧରି ଭୋକ ଉପାସରେ ନିଲଡୁଙ୍ଗରୀ ଗେଟରେ ପଡିରହିଛନ୍ତି। ଏଭଳି କରୁଣ ଦୃଶ୍ୟ ସହିତ ଗୁଜୁରାଟରୁ ଶ୍ରମିକ ପରିବାରକୁ ନେଇ ମୀନାକ୍ଷୀ ଟୁରିଷ୍ଟ ଲେଖା ହୋଇ ଡବ୍ଲୁବି ୭ ଜିଏ ୭୭୧୨ ନମ୍ବର ଥିବା ବସ ଟୋଲ ଗେଟରେ ଧକ୍କା ଦେଇ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଟୋଲଗେଟରେ ଥିବା ଆମ୍ବୁଲାନ୍ସ ଗୋଡାଇ ପଡିଆବାହାଲରୁ ଧରି ପୁଣି ଟୋଲ ଗେଟକୁ ନେବା ଓ ଏହି ଭିତରେ ଡ୍ରାଇଭର୍ ଫେରାର ହୋଇଯିବା ଭଳି ଘଟଣା ଅଧିକ ସନ୍ଧେହ ଘେରକୁ ଆସିଛି । ବସଟି ଗୁଜୁରାଟରୁ ଶ୍ରମିକ ପରିବାର ଆଣି ବାଲେଶ୍ବର ଯାଉଥିବା ଜଣାପଡିଛି। ତେବେ ବସର ରୋଡ ପରମିଟ୍,ଯାତ୍ରୀ ସଂଖ୍ୟା,ଟୋଲ ଗେଟରେ ଦୂର୍ଘଟଣାର କାରଣ,ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ବସ ଚମ୍ପଟ ମାରିବା,ଏହାକୁ ଅନ୍ୟ ଗାଡି ଅନସରଣ ନକରି ଆମ୍ବୁଲାନ୍ସ ଗାଡି ଗୋଡାଇବା ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ସଦର ପୋଲିସ ଟୋଲଗେଟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଦୂର୍ଘଟଣା ଘଟାଇଥିବା ବସ ଡ୍ରାଇଭର୍ ଫେରାର ଥିବା ଭଳି ବର୍ତ୍ତମାନ ଚର୍ଚା ହେଉଛି। ହେଲେ ଟୋଲ ପ୍ଲାଜାର ସିସି କ୍ୟାମେରା ରେ ସବୁ କଏଦ ହୋଇ ରହିଥିବାରୁ ଓ ଘଟଣା ଘଟିବା ପରେ ବସ କୌଣସି ସ୍ଥାନରେ ନ ଅଟକି ପୁଣି ଟୋଲଗେଟକୁ ଆସିଥିବା ବେଳେ ପୋଲିସ ଏ ଦିଗରେ କି ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓ ଏହି ଦୂର୍ଘଟଣାର ରହସ୍ୟକୁ କିଭଳି ଉନ୍ମୋଚନ କରିବ ତାହାକୁ ନେଇ କେବଳ ଅପେକ୍ଷା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ