ଓଲିଉଡ୍‌ରେ ପୁଣି କାଷ୍ଟିଂ କାଉଚ୍‌ ମାମଲା; ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଅଭିନେତ୍ରୀ


ଭୁବନେଶ୍ବର: ଓଲିଉଡ୍‌ରେ ପୁଣି କାଷ୍ଟିଂ କାଉଚ୍‌ ଅଭିଯୋଗ। ଏକ ହ୍ୱାର୍ଟସଆପ୍ ଗ୍ରୁପରେ ଅଭିନେତା ଓ ଅଭିନେତ୍ରୀଙ୍କ ଭିତରେ ଚାଲିଥିବା ଚାଟିଂର କିଛି ବାର୍ତ୍ତଳାପ ସାମ୍ନାକୁ ଆସିଛି। ଏହି ଚାଟିଂରେ ଅଭିନେତ୍ରୀଙ୍କୁ କାମ ବାଦ ବିଳମ୍ବିତ ରାତିରେ କଥାବର୍ତା ପାଇଁ ଡକାଯାଉଛି । ତେବେ ଏମିତି ଏକ ଚାଟିଂ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଚାଟିଂକୁ ନେଇ ଅଭିନେତ୍ରୀ ଜସ୍ମିନ ରଥ, ଫିଲ୍ମ ନିର୍ଦ୍ଦେଶକ ଟୁଟୁ ନାୟକ ନାଁରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ସେ ଲେଖିଛନ୍ତି, ପେସାଦାର ଜୀବନ ବାହାରେ ତାଙ୍କୁ ବିଳମ୍ବିତ ରାତିରେ ଡକାଯାଉଛି । ଏଥିରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ କଥା ନରଖିବାରୁ ତାଙ୍କୁ ପରଦିନ ଫିଲ୍ମ ପ୍ରୋଜେକ୍ଟରୁ ବାହାର କରିଦିଆଯାଇଛି । ସେହିପରି ପ୍ରତିଥର ଟୁଟୁ ନାୟକ ତାଙ୍କ ସହ କଥା ହେବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ପଚାରିବା ସହ ଅବାନ୍ତର କଥାସବୁ ପ୍ରଚାରୁଥିବା ଏଥିରେ ସେ ଲେଖିଛନ୍ତି । ଏହା କେତେ ଯୁକ୍ତିଯୁକ୍ତ ଏବଂ ଏକପ୍ରକାର ମାନସିକ ନିର୍ଯାତନା ବୋଲି ପ୍ରଶ୍ନ ଉଠାଇଛନ୍ତି ଜାସ୍ମିନ ରଥ । ତେବେ ଏହି ପ୍ରସଙ୍ଗକୁ ନେଇ ଅନ୍ୟ ଅଭିନେତା ଓ ଅଭିନେତ୍ରୀମାନେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।