ପୁଣି ଟ୍ରେନ୍‌ ଦୁର୍ଘଟଣା; ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସରେ ଅଗ୍ନିକାଣ୍ଡ 


ନୂଆପଡା: ପୁଣି ଏକ ଟ୍ରେନ୍‌ ଦୁର୍ଘଟଣା। ଗୋଟିଏ ଭୟ ମନରୁ ନଯାଉଣୁ ପୁଣି ଘଟିଛି ଟ୍ରେନ୍‌ ଦୁର୍ଘଟଣା। ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ରେଲୱେ ଷ୍ଟେସନରେ ଏହି ନିଆଁ ଲାଗିଥିଲା । ଘଟଣା ସ୍ଥଳରେ ଖରିଆର ରୋଡ୍ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିି ତୁରନ୍ତ ନିଆଁକୁ ଆୟତ କରିଥିଲେ । ନିଆଁ ଲାଗିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଦୌଡ଼ିବାରେ ଲାଗିଥିଲେ । ବ୍ରେକ୍ ସୁ’ ଘଷି ହୋଇ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଏଥିରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି ।