Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗିରରେ ଅଘରିଆ ସମାଜର ନୂଆଁଖାଇ ଭେଟ୍-୨୦୨୬: ମୁଖ୍ୟ ଅତିଥି ଭାବେ ଯୋଗଦେଲେ କେନ୍ଦ୍ରୀୟ ନେତୃବୃନ୍ଦ, ରାଜ୍ୟ ମନ୍ତ୍ରୀ ଓ ବିଧାୟକ

ବଲାଙ୍ଗିର,୧୧।୧୦: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ପ୍ରୀତି ଓ ସୌହାର୍ଦ୍ଦ୍ୟର ବାର୍ତ୍ତାକୁ ନେଇ ଆଜି ବଲାଙ୍ଗିର ସ୍ଥିତ କୋଶଲ କଳା ମଣ୍ଡପଠାରେ ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ଟ୍ରଷ୍ଟର ଆନୁକୂଲ୍ୟରେ ଷଷ୍ଠ ତମ ‘ନୂଆଁଖାଇ ଭେଟ୍-୨୦୨୬’ ଅତ୍ୟନ୍ତ ଉତ୍ସାହ ଏବଂ ଭବ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ସାଂସ୍କୃତିକ ତଥା ସାମାଜିକ ସମାବେଶରେ ମୁଖ୍ୟ ଆକର୍ଷଣ ଓ ମହତ୍ତ୍ୱପୂର୍ଣ୍ଣ ଉପସ୍ଥିତି ଦେଖିବାକୁ ମିଳିଥିଲା।
ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ବଲାଙ୍ଗିରର ମାନନୀୟା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂ ଦେଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ତାଙ୍କ ସହିତ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଛତିଶଗଡ଼ ମହାସମୁନ୍ଦର ମାନନୀୟା ସାଂସଦ ଶ୍ରୀମତୀ ରୂପକୁମାରୀ ଚୌଧୁରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଗୌରବାନ୍ୱିତ କରିଥିଲେ।
ଏଥିସହିତ ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଏବଂ କଣ୍ଟାବାଞ୍ଜିର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ମଧ୍ୟ ଏହି ସମ୍ମିଳନୀରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସମାଜର ବିକାଶ ଓ ଭ୍ରାତୃଭାବ ବଜାୟ ରଖିବା ଦିଗରେ ନିଜର ବକ୍ତବ୍ୟ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ଅଘରିଆ ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, କର୍ମକର୍ତ୍ତା ଏବଂ ଜିଲ୍ଲାର କୋଣସି କୋଣରୁ ଆସିଥିବା ସାଧାରଣ ଜନତା ଯୋଗଦେଇ ପରସ୍ପରକୁ ନୂଆଁଖାଇ ଜୁହାର୍ ଜଣାଇଥିଲେ। ଏଭଳି ସାମାଜିକ ମହାମିଳନ ପଶ୍ଚିମ ଓଡ଼ିଶାର ମାଟି ଓ ମାତୃଭାଷା ସହ ସାଂସ୍କୃତିକ ଏକତାକୁ ଆହୁରି ଅଧିକ ଦୃଢ଼ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories