ବଲାଙ୍ଗୀର: ଦେଓଗାଁରେ ଭାରସାମ୍ୟ ହରାଇ ଜଙ୍ଗଲ ଭିତରକୁ ପଶିଲା ଟମାଟୋ ବୋଝେଇ ଟ୍ରକ୍; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର ।
ବଲାଙ୍ଗୀର,୧୨।୧୦: ବଲାଙ୍ଗୀର ଜିଲ୍ଲା ଦେଓଗାଁ ମୁଖ୍ୟ ରାସ୍ତାରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଦେଓଗାଁ ବିଜୟାନନ୍ଦ ଚିନିକଳ କଲୋନୀ ବୁଲାଣି ନିକଟରେ ଏକ ଟମାଟୋ ବୋଝେଇ ଟ୍ରକ୍ ହଠାତ୍ ଭାରସାମ୍ୟ ହରାଇ ରାସ୍ତାକଡ଼ ଜଙ୍ଗଲ ଭିତରକୁ ପଶିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଟ୍ରକ୍ଟି ଟମାଟୋ ବୋଝେଇ କରି ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ସୌଭାଗ୍ୟବଶତଃ ଟ୍ରକର ଡ୍ରାଇଭର ଏବଂ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣାର ପ୍ରକୃତ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।
ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିବାବେଳେ ଖବର ପାଇ ପୋଲିସ ପ୍ରଶାନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି।

