Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଠୋର ପୋଲିସକୁ ବଡ଼ ସଫଳତା: ୮ ଦାଦନ ଶ୍ରମିକ ଉଦ୍ଧାର, ଜଣେ ଗିରଫ ।

ବଲାଙ୍ଗୀର,୧୩।୧୦: ବଲାଙ୍ଗୀର ଜିଲ୍ଲା ଲାଠୋର ପୋଲିସ ଦ୍ଵାରା ଦାଦନ ଶ୍ରମିକ ଚାଲାଣ ରୋକିବା ଦିଗରେ ବଡ଼ ସଫଳତା ମିଳିଛି। ସହଜପାଣି ଛକରୁ ୫ ଜଣ ମହିଳା ଏବଂ ୩ ଜଣ ପୁରୁଷ ସମୁଦାୟ ୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ମହମ୍ମଦ ସାଲିଦ୍ ସାହିଲ୍ ଖାନ (୩୫) ନାମକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଉଦ୍ଧାର ହୋଇଥିବା ଶ୍ରମିକମାନେ ସହଜପାଣି ଗ୍ରାମର ଏବଂ ସେମାନଙ୍କୁ ଇଟାଭାଟିରେ କାମ କରାଇବା ପାଇଁ ତେଲେଙ୍ଗାନା ନେବାକୁ ଉଦ୍ୟମ କରାଯାଉଥିଲା। ଅଭିଯୁକ୍ତଙ୍କୁ ଏସ୍.ଟି.ଜେ.ଏମ୍. କୋର୍ଟକୁ ପଠାଯାଇଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଲାଠୋର ଥାନା ଅଧିକାରୀ ଅବିନାଶ ପ୍ରଧାନ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories