Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ ଦିନ ପାଇଁ ୩୫ଟି ଟ୍ରେନ୍‌ ବାତିଲ

ଭୁବନେଶ୍ୱର: ଓଡିଶାର ବାଲେଶ୍ବର ଜିଲ୍ଲାରେ ଘଟିଥିବା ଭୟଙ୍କର ଦୁର୍ଘଟଣାର ଛାତିଥରା ଦୃଶ୍ୟ ‌ଲୋକ ଭୁଲିପାରୁନାହାନ୍ତି। ଅନେକ ଜୀବନ ନେଇଛି ଏହି ଦୁର୍ଘଟଣା। ଆଉ ଅନେକ ଲୋକ ଏହି ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। କିଛି ଲୋକ ନିଜ ନିଜ ସମ୍ପର୍କୀୟଙ୍କ ମୃତଦେହ ପାଉ ନଥିବା ବେଳେ କିଛି ଶବ ଏବେ ଏ ରାଜ୍ୟରୁ ସେ ରାଜ୍ୟ ଘୁରି ବୁଲୁଥିବା ଅଭିଯୋଗ ହେଉଛି।

ତେବେ ବାହାନାଗା ବଜାର ଷ୍ଟେସନରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ପୂର୍ବ ତଟ ରେଳବାଇ ଆଗାମୀ ଦୁଇ ଦିନ ପାଇଁ ୩୫ଟି ଟ୍ରେନକୁ ବାତିଲ କରିଥିବା ଜଣାପଡ଼ିଛି। ଜୁନ୍ ୧୦ ଓ ୧୧ରେ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଏହି ଟ୍ରେନ୍‌ଗୁଡିକୁ ସିଡ୍ୟୁଲ କରାଯାଇଥିଲା। ତେବେ ଏହାକୁ ବାତିଲ କରାଯାଇଥିବା ସୂଚନା ମିଳିଛି।