Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୭ରେ ଓଡ଼ିଶା ଆସିବେ ଶାହ; ଢେଙ୍କାନାଳ ମହା ଜନସମ୍ପର୍କ ଯାତ୍ରାରେ ହେବେ ସାମିଲ

ଭୁବନେଶ୍ୱର: ଯେତେ‌ ପାଖେଇ ଆସୁଛି ନିର୍ବାଚନ ସରଗରମ ହେଉଛି ରାଜନୀତି। ନିର୍ବାଚନରେ ଅଧିକ ସଂଖ୍ୟାରେ ଭୋଟ ହାତେଇବା ଲାଗି ବିଭିନ୍ନ ଦଳ ଏବେଠୁ ପ୍ରସ୍ତୁତ କଲେ ରଣନୀତି। ପ୍ରଥମେ କଂଗ୍ରେସର ଆରମ୍ଭ କରିଥିଲା ଭାରତ ଯୋଡୋ ଯାତ୍ରା। ଏହାପରେ ଏବେ ବିଜେପି ଆରମ୍ଭ କରିଛି ଜନସମ୍ପର୍କ ଅଭିଯାନ। ଏହି କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ତେବେ ସୂଚନା ଅନୁଯାୟୀ ଢେଙ୍କାନାଳ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏ ାନେଇ ସୂଚନା ଦେଇଛନ୍ତି  ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ଆସନ୍ତା ୧୭ ତାରିଖରେ ଢେଙ୍କାନାଳ ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।  ଢେଙ୍କାନାଳରେ ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ ଶାହା ।  ବିଜେପି ସାଧାରଣ ସମ୍ପାଦକ ପୃ୍ଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି, ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଲିଥିବା ଜନସମ୍ପର୍କ ଅଭିଯାନକୁ ଆହୁରି ବ୍ୟାପକ କରିବା ପାଇଁ ଚାଲିଛି ପ୍ରସ୍ତୁତି। ଏଥିପାଇଁ କେନ୍ଦ୍ରୀୟ ନେତା ଓଡ଼ିଶାକୁ ଆସିବେ ଏବଂ କାର୍ଯ୍ୟକ୍ରମରେ ଯୋଗ ଦେବେ।