Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ଘନ ଘନ ବିଦ୍ୟୁତ୍‌ କାଟ୍‌; ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ ଘନ ଘନ ବିଦ୍ୟୁତ୍‌ କାଟ୍‌ ହେଉଛି। ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି। ଅସହ୍ୟ ଗୁଳୁଗୁଳିକୁ ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁ ଘରେ ରହିବା ଲୋକଙ୍କ ପକ୍ଷେ କଷ୍ଟକର ହୋଇପଡୁଛି। ତେବେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଜରୁରୀ ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ । ଆସନ୍ତା ସୋମବାର ଏହି ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନରେ ହେବ ଏହି ବୈଠକ । ବୈଠକରେ ରାଜ୍ୟର ୪ ବିତରଣ କମ୍ପାନୀର ସିଇଓଙ୍କୁ ଡକାଯାଇଥିବା ସୂଚନା ମିଳିଛି ।

ରାଜ୍ୟରେ ହେଉଥିବା ଘନ ଘନ ବିଦ୍ୟୁତ୍ କାଟର ସମାଧାନ ନିମନ୍ତେ ବୈଠକରେ ସମୀକ୍ଷା କରାଯିବ । ରାଜ୍ୟରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ନେଇ ଅଭିଯୋଗ ଆସୁଛି । କାଳବୈଶାଖୀ ବର୍ଷା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ କାଟ ହେଉଛି କେବଳ ସେତିକି ନୁହେଁ ଘଣ୍ଟା ଘଣ୍ଟା ଧରି ଲାଇନ୍‌ କଟୁଛି । ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ । ଯଦି କାଳବୈଶାଖୀରେ ଏମିତି, ତେବେ ବାତ୍ୟା ହେଲେ କ’ଣ ଅବସ୍ଥା ହେବ ବୋଲି ସେ ପ୍ରଶ୍ନ କରିଥିଲେ ମୁଖ୍ୟ ଶାସନ ସଚିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ