Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରବଳ ଗୁଳୁଗୁଳି: ଦିନ ୧୧.୩୦ ସୁଦ୍ଧା ସମ୍ବଲପୁର ସବଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଅସହ୍ୟ ତାତିକୁ ଅସମ୍ଭାଳ ହେଉଛି ଗୁଳୁଗୁଳି। ଅସ୍ତବ୍ୟସ୍ତ ଜନଜୀବନ। ପଶ୍ଚିମରେ ତାତିକୁ ଉପକୂଳରେ ଗୁଳୁଗୁଳି ଲୋକଙ୍କୁ ନାକେଦମ୍‌ କଲାଣି। ଆଜି ଦିନ ୧୧.୩୦ ବେଳକୁ ୪୦ ଡିଗ୍ରୀ ଉପରେ ତିନୋଟି ସହରର ତାପମାତ୍ରା। ସମ୍ବଲପୁରର ତାପମାତ୍ରା ୪୨.୨ ଡିଗ୍ରୀ ହୋଇଥିବା ବେଳେ ଝାରସୁଗୁଡାରେ ୪୧.୬ ଡିଗ୍ରୀ, ଏବଂ ହିରାକୁଦରେ ୪୧ ଛୁଇଁଛି ଦିନ ତାପମାତ୍ରା। ସେହିପରି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ ହୋଇଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଗାମୀ ୫ ଦିନ ଯାଏ ପାଗରେ କୌଣସି ପରିବର୍ତନର ସମ୍ଭାବନା ନଥିବା କହିଛି ପାଣିପାଗ ବିଭାଗ । ୩ରୁ ୪ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ । 

ସେହପରି ସକାଳ ୮.୩୦ ସୁଦ୍ଧା ସମ୍ବଲପୁର, ଝାରସୁଗୁଡା ଏବଂ ହିରାକୁଦର ତାପମାତ୍ରା ଯଥାକ୍ରମେ ୩୬ ଡିଗ୍ରୀ, ୩୫.୪ ଡିଗ୍ରୀ, ୩୫.୨ ସେଲସିୟସ ରେକର୍ଡ କରିଛି। ଭୁବନେଶ୍ୱରରେ ସକାଳ ୮.୩୦ ସୁଦ୍ଧା ୩୨.୨ ଡିଗ୍ରୀ ସେଲସିୟସ୍ ରହିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ