Dhirendra Krishna Shastri Controversy: ପ୍ରଭୁ ଶ୍ରୀରାମ ଓ କୃଷ୍ଣଙ୍କୁ ନେଇ ମନ୍ତବ୍ୟ ପରେ ବାଗେଶ୍ୱର ଧାମ ମୁଖ୍ୟଙ୍କୁ ନେଇ ବିବାଦ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର କରେରାରେ ଏକ ଧାର୍ମିକ ପ୍ରବଚନ ସମୟରେ ଭଗବାନ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କୁ ନେଇ ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ଏହି ମନ୍ତବ୍ୟର ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭିଡିଓରେ ସେ ଶ୍ରୀକୃଷ୍ଣଙ୍କ ତ୍ରିଭଙ୍ଗୀ ମୁଦ୍ରା, ବଂଶୀ ବାଦନ ଓ ବୃନ୍ଦାବନ ସହ ଶ୍ରୀରାମଙ୍କ ଠିଆ ହେବାର ଭଙ୍ଗୀ, ଧନୁ ଏବଂ ଅଯୋଧ୍ୟାର ତୁଳନା କରୁଥିବା ଶୁଣିବାକୁ ମିଳୁଛି।
ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ କିଛି ଲୋକ ଆପତ୍ତି ଉଠାଇଛନ୍ତି। କେତେକ ଭକ୍ତ ଏହାକୁ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଅସମ୍ମାନଜନକ ବୋଲି କହିଛନ୍ତି। ତେବେ ଶାସ୍ତ୍ରୀଙ୍କ ସଫେଇ ଅନୁସାରେ, ସେ ହାସ୍ୟରସ ଢଙ୍ଗରେ ଏହି କଥା କହିଥିଲେ ଏବଂ ତାଙ୍କର ଶ୍ରୀକୃଷ୍ଣଙ୍କ ପ୍ରତି କୌଣସି ବିରୋଧ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ଅନ୍ୟପଟେ, ଏହି ମନ୍ତବ୍ୟକୁ ବିରୋଧ କରି ଦାମୋଦର ଯାଦବ ଲୋକଙ୍କୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଧାର୍ମିକ ପ୍ରବଚନ ବର୍ଜନ କରିବାକୁ ଅପିଲ୍ କରିଛନ୍ତି। ତେବେ ଏହି ବିବାଦକୁ ନେଇ ଶାସ୍ତ୍ରୀଙ୍କ ସଫେଇ ଓ ସୋସିଆଲ ମିଡିଆରେ ଆସୁଥିବା ପ୍ରତିକ୍ରିୟା ଚର୍ଚ୍ଚାରେ ରହିଛି।

