Fake ₹20 Coin Racket: ୫ ହଜାର ନକଲି ୨୦ ଟଙ୍କିଆ କଏନ୍ ଜବତ, ଦିଲ୍ଲୀରେ ୪ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀରେ ନକଲି ୨୦ ଟଙ୍କିଆ କଏନ୍ କାରବାରର ପର୍ଦ୍ଦାଫାସ କରିଛି ପୋଲିସର କ୍ରାଇମ୍ ବ୍ରାଞ୍ଚ। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯିବା ସହ ୫ ହଜାର ନକଲି କଏନ୍ ଜବତ ହୋଇଛି। ଜବତ କଏନ୍ଗୁଡ଼ିକର ମୋଟ ମୂଲ୍ୟ ୧ ଲକ୍ଷ ଟଙ୍କା। ପ୍ରତ୍ୟେକ କଏନ୍ର ମୂଲ୍ୟ ୨୦ ଟଙ୍କା ଥିବା ବେଳେ ସେଗୁଡ଼ିକୁ ୫୦ଟି ପାଉଚ୍ରେ ରଖାଯାଇଥିଲା।
ପୋଲିସ ପ୍ରଥମେ ନକଲି କଏନ୍ ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକାଇ ଯାଞ୍ଚ କରିଥିଲା। ତାଙ୍କ ନିକଟରୁ କଏନ୍ଗୁଡ଼ିକ ମିଳିବା ପରେ ତଦନ୍ତ ଆଗକୁ ବଢ଼ିଥିଲା। ଏହି କାରବାରର ସୂତ୍ର ଉତ୍ତରପ୍ରଦେଶର ସାହାରନପୁର ଓ ପଞ୍ଜାବର ଜିରକପୁର ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସ ଜାଣିବାକୁ ପାଇଥିଲା।
ଏହାପରେ ପୋଲିସ ଆଉ ୩ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ନକଲି କଏନ୍ ତିଆରି କରୁଥିବା ଅଭିଯୁକ୍ତ ମଧ୍ୟ ରହିଛନ୍ତି। ଏହି ୩ ଜଣଙ୍କୁ ସାହାରନପୁର ଜେଲ୍ରୁ ଦିଲ୍ଲୀକୁ ଅଣାଯାଇଥିବା ପୋଲିସ କହିଛି। ଏହି କାରବାରରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

