Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Pilibhit Voter List Irregularity: ଭୋଟର ଲିଷ୍ଟରେ ଗଡବଡ କରିବା ଅଭିଯୋଗରେ ୨ SDM ନିଲମ୍ବିତ, ୪ ବିଧାନସଭା ଆସନର ତାଲିକା ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପିଲିଭିତ୍‌ରେ ଭୋଟର ତାଲିକାରେ ଅନିୟମିତତା ସାମ୍ନାକୁ ଆସିବା ପରେ ନିର୍ବାଚନ କମିଶନ କଡ଼ା ପଦକ୍ଷେପ ନେଇଛି। ଦୁଇ ଜଣ SDM ପାହ୍ୟାର ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛି। ଏହାସହ ଜିଲ୍ଲାର ସମସ୍ତ ୪ଟି ବିଧାନସଭା ଆସନର ଭୋଟର ତାଲିକା ପୁଣି ଯାଞ୍ଚ କରିବା ଏବଂ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଏହି ଅନିୟମିତତା ପିଲିଭିତ୍‌ର ସଦର ବିଧାନସଭା ଆସନର ଭୋଟର ତାଲିକାରେ ଦେଖାଯାଇଥିଲା। ନିର୍ବାଚନ ରେଜିଷ୍ଟ୍ରେସନ୍‌ ଅଧିକାରୀ ମୟଙ୍କ ଗୋସ୍ୱାମୀ ଓ ହେମନ୍ତ ଚୌଧୁରୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ କମିଶନ ଆଦେଶ ଦେଇଛି। କମିଶନଙ୍କ ଅନୁମତି ବିନା ଉଭୟଙ୍କୁ ପୁଣି ନିଯୁକ୍ତ କରାଯାଇପାରିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି। ଏହାସହ ଭୋଟର ପଞ୍ଜୀକରଣ କେନ୍ଦ୍ରରେ କାର୍ଯ୍ୟରତ କମ୍ପ୍ୟୁଟର ଅପରେଟର ଅନିଲ କୁମାରଙ୍କ ବିରୋଧରେ ପୂର୍ବରୁ ରୁଜୁ ହୋଇଥିବା FIRରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୯୮ ଯୋଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାରେ ଉଭୟ ଅଧିକାରୀଙ୍କ ନାଁ ମଧ୍ୟ ରହିଛି।

ସଦର ଆସନର ଭୋଟର ତାଲିକାରେ ଗଡ଼ବଡ଼ି ଚିହ୍ନଟ ହେବା ପରେ ଜିଲ୍ଲାର ଅନ୍ୟ ଆସନଗୁଡ଼ିକର ତାଲିକା ମଧ୍ୟ ଯାଞ୍ଚ ହେବ। ପିଲିଭିତ୍‌ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ସମସ୍ତ ୪ଟି ବିଧାନସଭା ଆସନର ଭୋଟର ତାଲିକାର ପୁନଃ ସତ୍ୟାପନ କରିବାକୁ କମିଶନ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories