Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ମୁଖ୍ୟ ବଜାର ପୁରୁଣା ରାସ୍ତାକୁ ନୂତନ ଭାବେ ନିର୍ମାଣ ନକଲେ ରାସ୍ତାରୋକ

ଜମନକିରା : ଜମନକିରା ଚିନିମହୂଲ ଠାରୁ ଥାନା ପର୍ଯ୍ୟନ୍ତ ଥିବା ପୁରୁଣା ରାଜରାସ୍ତାକୁ ନୂତନ ଭାବେ ନିର୍ମାଣ କରାନଗଲେ ରାସ୍ତାରୋକ କରାଯିବ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି। ସୂଚନା ଯୋଗ୍ୟ ଯେ, ଜମନକିରା ଦେଇ କିଛି ମାସ ହେବ ବାଇପାସ ରାସ୍ତାରେ ଗାଡ଼ି ଯାତାୟାତ କରୁଛି। କିନ୍ତୁ ପୂର୍ବରୁ ଗାଁ ଦେଇ ଯାଇଥିବା ଜାତୀୟ ରାଜପଥ କୁ ଏନଏଚଏଆଇ ଅବହେଳା କରି ଆସୁଛି। ଏସମସ୍ୟା ନେଇ ଅନେକ ଥର ଆନ୍ଦୋଳନ କରାଯାଇଥିବା ବେଳେ ବିଭାଗୀୟ ଅଧିକାରୀ ଟାଳଟୁଲ ନୀତି ଅବଲମ୍ବନ କରୁଛନ୍ତି। ଯାହାକି ଜନସାଧାରଣଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି କରୁଛି। ତେବେ ଆସନ୍ତା ୧୫ ଦିନ ମଧ୍ୟରେ ନୂତନ ରାସ୍ତା ନିର୍ମାଣ କରା ନଗଲେ ରାସ୍ତାରୋକ କରାଯିବ ବୋଲି ଦାବି କରାଯାଇଛି।
ଏସଂକ୍ରାନ୍ତରେ ଏନଏଚଏଆଇ ପିଡି କେ.ଏନ ରାଓଙ୍କୁ ଯୋଗାଯୋଗ କରି ପଚାରିବାରୁ ଟେଣ୍ଡର ହୋଇଯାଇଛି, ଆସନ୍ତା ୩ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି କହିଥିଲେ।