Jan Suraaj Disqualification Petition: ବିଜେପିରେ ଯୋଗ ଦେଇଥିବା ୨ ସ୍ୱାଧୀନ MLCଙ୍କ ସଭ୍ୟପଦ ରଦ୍ଦ ଦାବି, ବିହାର ବିଧାନ ପରିଷଦ ଅଧ୍ୟକ୍ଷଙ୍କୁ ଭେଟିଲା ଜନ ସୁରାଜ
ବିହାର: ପ୍ରଶାନ୍ତ କିଶୋରଙ୍କ ନେତୃତ୍ୱାଧୀନ ଜନ ସୁରାଜ ପାର୍ଟି ବିହାର ବିଧାନ ପରିଷଦର ୨ ଜଣ ସଦସ୍ୟଙ୍କ ସଭ୍ୟପଦ ରଦ୍ଦ କରିବାକୁ ଦାବି କରିଛି। ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହେବାର କିଛି ଦିନ ପରେ ଏହି ଦୁଇ MLC ବିଜେପିରେ ଯୋଗ ଦେଇଥିବା ସ୍ୱୀକାର କରିଥିଲେ। ଏହାକୁ ନେଇ ସୋମବାର ଜନ ସୁରାଜ ପକ୍ଷରୁ ବିଧାନ ପରିଷଦ ଅଧ୍ୟକ୍ଷଙ୍କ ନିକଟରେ ଆବେଦନ କରାଯାଇଛି।
ଜନ ସୁରାଜର ଏକ ପ୍ରତିନିଧିମଣ୍ଡଳୀ ବିଧାନ ପରିଷଦ ଅଧ୍ୟକ୍ଷ ରାମ ବଚନ ରାୟଙ୍କୁ ଭେଟି ଏହି ଆବେଦନ ଦାଖଲ କରିଥିଲେ। ଏଥିରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ କିଶୋର କୁମାର ମୁନ୍ନା ଓ ରାମବଳୀ ସିଂହ ଚନ୍ଦ୍ରବଂଶୀଙ୍କ ସହ ଆଇନଜୀବୀ ପାର୍ଥ ସାରଥୀ ସାମିଲ ଥିଲେ। ସେମାନେ ଆବେଦନ ସହ ଆବଶ୍ୟକ ଦସ୍ତାବିଜ ମଧ୍ୟ ଅଧ୍ୟକ୍ଷଙ୍କୁ ଦେଇଥିଲେ।
ସ୍ୱାଧୀନ ଭାବେ ନିର୍ବାଚିତ ହେବା ପରେ ଦଳ ବଦଳ କରି ବିଜେପିରେ ଯୋଗ ଦେଇଥିବା ଦୁଇ MLCଙ୍କ ବିରୋଧରେ ଜନ ସୁରାଜ ଏହି ପଦକ୍ଷେପ ନେଇଛି। ଏବେ ବିଧାନ ପରିଷଦ ଅଧ୍ୟକ୍ଷଙ୍କ ନିକଟରେ ଆବେଦନ ଦାଖଲ ହୋଇଥିବା ବେଳେ, ଏହା ଉପରେ କ’ଣ ନିଷ୍ପତ୍ତି ନିଆଯିବ ତାହା ଆଗକୁ ସ୍ପଷ୍ଟ ହେବ।

