Hyderabad Marathon Tragedy: ମାରାଥନ୍ ଶେଷ କରି ମେଡାଲ୍ ନେବା ପରେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ହୃଦ୍ଘାତରେ ମୃତ୍ୟୁ
ତେଲେଙ୍ଗାନା: ତେଲେଙ୍ଗାନାର ହାଇଦ୍ରାବାଦରେ ଫିଟ୍ ରହିବା ପାଇଁ ମାରାଥନ୍ରେ ଭାଗ ନେଇଥିବା ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ସହ ଅଘଟଣ ଘଟିଛି। ମାରାଥନ୍ ଶେଷ କରି ମେଡାଲ୍ ଗ୍ରହଣ କରିବାର କିଛି ସମୟ ପରେ ତାଙ୍କର ହୃଦ୍ଘାତ ହୋଇଥିଲା। ରବିବାର ସକାଳେ ଗଚିବାଉଲି ଷ୍ଟାଡିୟମ୍ରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।
ମାରାଥନ୍ରେ ଦୌଡ଼ିବା ପରେ ମେଡାଲ୍ ନେଇଥିବା ଇଞ୍ଜିନିୟରଙ୍କ ହଠାତ୍ ହୃଦ୍ଘାତ ହେବା ଘଟଣା ଉପସ୍ଥିତ ଅନ୍ୟ ଦୌଡ଼ାଳି ଓ ଆୟୋଜକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଫିଟ୍ ରହିବା ଲକ୍ଷ୍ୟରେ ଆୟୋଜିତ ଏହି ଦୌଡ଼ରେ ଏଭଳି ଅଘଟଣ ସମସ୍ତଙ୍କୁ ଦୁଃଖିତ କରିଛି।
ଘଟଣାଟି ନଭେମ୍ବର ୧, ରବିବାର ସକାଳେ ଘଟିଥିବା ଜଣାପଡ଼ିଛି। ତେବେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ପରିଚୟ, ତାଙ୍କର ବୟସ ଏବଂ ଚିକିତ୍ସା ସମ୍ପର୍କିତ ଅଧିକ ତଥ୍ୟ ଏଯାଏଁ ମିଳିନାହିଁ।

