Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦମ୍ପତିଙ୍କ ଠାରୁ ବାଇକ୍ ରେ ମଙ୍ଗଳ ସୂତ୍ର ଲୁଟ୍ ଘଟଣାରେ ଲୁଟେରା ଗିରଫ: ସୁନା ମଙ୍ଗଳସୂତ୍ର ଓ ବାଇକ୍ ଜବତ କଲା ଟାଉନ୍ ପୋଲିସ ।

ବଲାଙ୍ଗୀର,୪।୧୧: ବଲାଙ୍ଗୀର ସହରରେ ବଢ଼ିବାରେ ଲାଗିଥିବା ଅପରାଧ ଉପରେ ଅଙ୍କୁଶ ଲଗାଇବାରେ ଟାଉନ୍ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ମାତ୍ର ୪ ଦିନ ଭିତରେ ଜଣେ କୁଖ୍ୟାତ ପ୍ରଫେସନାଲ୍ ଚେନ୍ ଲୁଟେରାକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି।
ଗତ ନଭେମ୍ବର ୧ ତାରିଖ ଅର୍ଥାତ୍ ବଲାଙ୍ଗୀର ଦିନ୍ ରାତିରେ ତାଲପାଲିପଡ଼ାର ରବି ସତପଥୀ ନିଜ ପତ୍ନୀଙ୍କ ସହ ସ୍କୁଟିରେ ଯାଉଥିବା ସମୟରେ ଜଣେ ଦୁର୍ବୃତ୍ତ ସେମାନଙ୍କର ପିଛା କରିଥିଲା। ଟିଭିଏସ୍ ଶୋରୁମ୍ ଝୁମ୍ପୁଡ଼ିପଡ଼ା ସମ୍ମୁଖରେ ସେମାନଙ୍କୁ ଅତର୍କିତ ଆକ୍ରମଣ କରି ଶ୍ରୀ ସତପଥୀଙ୍କ ସ୍ତ୍ରୀଙ୍କ ବେକରୁ ଏକ ସୁନା ଚେନ୍ (ମଙ୍ଗଳସୂତ୍ର) ଟାଣି ନେଇ ଦୁର୍ବୃତ୍ତ ଜଣକ ଫେରାର୍ ହୋଇଯାଇଥିଲା।
ଏନେଇ ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଏକ ତଦନ୍ତ ଆରମ୍ଭ କରାଯାଇଥିଲା। ଟାଉନ୍ ପୋଲିସ ଆଇଆଇସିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇ ସିସିଟିଭି ଫୁଟେଜ୍ ଏବଂ ବୈଷୟିକ ପ୍ରମାଣକୁ ଆଧାର କରି ତଦନ୍ତ ଜୋରଦାର କରାଯାଇଥିଲା।
ମାତ୍ର ୯୬ ଘଣ୍ଟା ତଥା ୪ ଦିନ ଭିତରେ ପୋଲିସ ସୋନପୁର ଅଞ୍ଚଳରୁ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଛି। ଧରାପଡ଼ିଥିବା ଅଭିଯୁକ୍ତ ଜଣକ ହେଲା ସୋନପୁର ଝୁମ୍ପୁଡ଼ିପଡ଼ାର ରାଜା ଅର୍ଥାତ୍ ବିଶ୍ୱଜିତ୍ ନନ୍ଦ।
ପୋଲିସ ଲୁଟେରା ପାଖରୁ ଲୁଟ୍ ହୋଇଥିବା ସୁନାର ମଙ୍ଗଳସୂତ୍ର, ଘଟଣାରେ ବ୍ୟବହୃତ ସ୍ପିଡ୍ ବାଇକ୍ ଏବଂ ନଗଦ ୬୦୦ ଟଙ୍କା ଜବତ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ଉକ୍ତ ଲୁଟେରା ନାଁରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି। ଟାଉନ୍ ଥାନାରେ ଏନେଇ ଏକ ସଂଗଠିତ ଅପରାଧ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ବେଳେ ତାର ଅନ୍ୟ ସହଯୋଗୀ ମାନଙ୍କୁ ମଧ୍ୟ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories