Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରିବାହାଲରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ମେଳା ଅନୁଷ୍ଠିତ: ଆଧୁନିକ ଚାଷ ପ୍ରଣାଳୀ ଓ ସରକାରୀ ଯୋଜନା ସମ୍ପର୍କରେ ମିଳିଲା ପରାମର୍ଶ ।

ବଲାଙ୍ଗୀର,୩।୧୧: ମୁରିବାହାଲ ବ୍ଲକ୍ ମୁଖ୍ୟାଳୟ ସ୍ଥିତ ପଞ୍ଚାୟତି ହାଇସ୍କୁଲ ପଡ଼ିଆରେ ଆଜି ଏକ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ମେଳା ଅନୁଷ୍ଠିତ ହୋଇଯାଇଛି। ବିଡିଓ ବାସନ୍ତୀ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ପ୍ରଦୀପ ପ୍ରଜ୍ୱଳନ କରି ମେଳାକୁ ଉଦ୍‌ଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଜେପିର ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଜଗଦୀଶ କର୍ତ୍ତାମୀ, ବିଧାୟକଙ୍କ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ ଓ ସରପଞ୍ଚ ବିଶ୍ୱବିହାରୀ ଯୋଶୀ ପ୍ରମୁଖ ମଞ୍ଚାସୀନ ରହି ଚାଷୀମାନଙ୍କୁ୍ ଉତ୍ସାହିତ କରିଥିଲେ।
ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚାଷୀମାନଙ୍କୁ ମତ୍ସ୍ୟ ଚାଷ ଓ ପଶୁପାଳନର ବିଭିନ୍ନ ଆଧୁନିକ ପଦ୍ଧତି ସମ୍ପର୍କରେ ଅବଗତ କରାଇବା। ଏଥିସହ ବିଭିନ୍ନ ସରକାରୀ ଯୋଜନା ଏବଂ ଏହା ଜରିଆରେ କିପରି ଆୟ ବୃଦ୍ଧି କରାଯାଇପାରିବ, ସେନେଇ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଚାଷୀଙ୍କୁ ବ୍ୟାପକ ପରାମର୍ଶ ଓ ଦିଗଦର୍ଶନ ଦେଇଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସାରଦା ପ୍ରସାଦ ସିଂ ବରିହା, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ରେଶମାରାଣୀ ସିଂ, ଡା. ଶୁଭେନ୍ଦୁ ସୁଧା ସାରଙ୍ଗୀ ଏବଂ ଡା. ଯୋଗିନ୍ଦ୍ରନାଥ ମେହେର ପ୍ରମୁଖ ଯୋଗଦେଇ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ।
ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ମୌସୁମୀ ବର୍ଷା ଓ ବନାନୀ ମାଝୀ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂଯୋଜନା କରିଥିବା ବେଳେ ସହକାରୀ ମତ୍ସ୍ୟ ଅଧିକାରୀ ସୀମା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରତାପ ପ୍ରଧାନ, ଡା. ନୀହାର ରଞ୍ଜନ ଦେବତା, ଡା. ଅଞ୍ଜଳି ପ୍ରଧାନ, ଡା. ପ୍ରତୀକ ଦାସ ଏବଂ ଭାରତୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଭିଗିନ୍ଦ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories