Water Metro: ଛଠ୍ ପୂଜା ଅବସରରେ ପାଟନାବାସୀଙ୍କୁ ବିହାର ସରକାରଙ୍କ ବଡ ଉପହାର! ଗଙ୍ଗାରେ ଆରମ୍ଭ ହେବ ସ୍ୱତନ୍ତ୍ର ୱାଟର ମେଟ୍ରୋ ସେବା
ବିହାର: ଛଠ୍ ମହାପର୍ବ ଅବସରରେ ପାଟନାବାସୀଙ୍କୁ ମିଳିବ ନୂଆ ଯାତାୟାତ ସୁବିଧା। ଗଙ୍ଗା ନଦୀରେ ଦୀଘାରୁ କଙ୍ଗନ ଘାଟ ପର୍ଯ୍ୟନ୍ତ ମଙ୍ଗଳବାରଠାରୁ ୱାଟର ମେଟ୍ରୋ ସେବା ଆରମ୍ଭ ହେବ। ଏହି ସେବାର ଉଦ୍ଘାଟନ କରିବେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ।
ବିହାର ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ଏହି ଜଳ ପରିବହନ ସେବା ପରିଚାଳନା କରାଯିବ। ଏହା ଦ୍ୱାରା ପାଟନାରେ ଯାତାୟାତ ପାଇଁ ଲୋକଙ୍କୁ ଆଉ ଏକ ବିକଳ୍ପ ମିଳିବା ସହ ଗଙ୍ଗା ନଦୀକୁ କେନ୍ଦ୍ର କରି ପର୍ଯ୍ୟଟନର ମଧ୍ୟ ବିକାଶ ହେବ।
ୱାଟର ମେଟ୍ରୋ ଆରମ୍ଭ ହେବା ପରେ ଲୋକେ ଗଙ୍ଗା ନଦୀରେ ଜଳପଥ ଦେଇ ଯାତ୍ରା କରିବାର ସୁଯୋଗ ପାଇବେ। ଛଠ୍ ପର୍ବ ସମୟରେ ଏହି ସେବା ଆରମ୍ଭ ହେବାକୁ ନେଇ ପାଟନାବାସୀଙ୍କ ମଧ୍ୟରେ ଉତ୍ସାହ ରହିଛି।

