Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Waterspout: ଇଟାଲୀର କାପ୍ରି ଦ୍ୱୀପ ନିକଟରେ ବିରଳ ପ୍ରାକୃତିକ ଦୃଶ୍ୟ! ଏକାସାଙ୍ଗେ ସୃଷ୍ଟି ହେଲା ଦୁଇଟି ବିଶାଳ ଜଳସ୍ତମ୍ଭ

ନୂଆଦିଲ୍ଲୀ: ଇଟାଲୀର ପ୍ରସିଦ୍ଧ କାପ୍ରି ଦ୍ୱୀପ ନିକଟରେ ଦେଖିବାକୁ ମିଳିଛି ଏକ ବିରଳ ପ୍ରାକୃତିକ ଦୃଶ୍ୟ। ସମୁଦ୍ର ଉପରେ ପାଖାପାଖି ଦୁଇଟି ବିଶାଳ ଜଳସ୍ତମ୍ଭ ବା ୱାଟରସ୍ପାଉଟ୍‌ ସୃଷ୍ଟି ହୋଇଥିଲା। ଦ୍ୱୀପର ପ୍ରସିଦ୍ଧ ଫାରାଗ୍ଲିଓନି ପଥର ଗଠନ ନିକଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା।

ଦ୍ୱୀପ ଉପରେ ଘନ କଳା ବାଦଲ ଘୋଟି ରହିଥିବା ବେଳେ ସମୁଦ୍ର ଉପରେ ଏହି ଦୁଇଟି ଜଳସ୍ତମ୍ଭ ସୃଷ୍ଟି ହୋଇଥିଲା। ଏହି ଅସାଧାରଣ ଦୃଶ୍ୟକୁ ସ୍ଥାନୀୟ ଲୋକେ ଦେଖିଥିଲେ। ସମୁଦ୍ରରୁ ଜଳ ଉପରକୁ ଉଠିବା ଭଳି ଦେଖାଯାଉଥିବା ଏହି ପ୍ରାକୃତିକ ଘଟଣା ଦ୍ୱୀପବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ସାଧାରଣତଃ ପର୍ଯ୍ୟଟକଙ୍କ ଭିଡ଼ରେ ଚଳଚଞ୍ଚଳ ରହୁଥିବା କାପ୍ରି ଦ୍ୱୀପ ଏବେ ଶୀତଋତୁରେ ପ୍ରବେଶ କରିବା ସହ ଶାନ୍ତ ହୋଇପଡ଼ିଛି। ଏହି ସମୟରେ ଦ୍ୱୀପର ଅଧିକାଂଶ ପର୍ଯ୍ୟଟନ ବ୍ୟବସାୟ ବନ୍ଦ ରହିଥାଏ। ଏଭଳି ନିରବ ପରିବେଶରେ ଦୁଇଟି ୱାଟରସ୍ପାଉଟ୍‌ର ଏକାସାଙ୍ଗରେ ସୃଷ୍ଟି ହେବା ଏହି ଘଟଣାକୁ ଆହୁରି ଆକର୍ଷଣୀୟ କରିଛି। e

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories