Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀ ୨୦୨୩ ଅନୁଷ୍ଠିତ।

ଭୁବନେଶ୍ୱର: ରାଜଧାନୀର ଛାତି ଉପରେ ଥିବା ବୁଦ୍ଧ ମନ୍ଦିର ସଭାଗୃହରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ “ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀ- ୨୦୨୩ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଆଇନଜୀବି ରାଜିବ ଲୋଚନ ପ୍ରଧାନଙ୍କ ସଭାପତିତ୍ୱରେ ଓ ଟ୍ରଷ୍ଟର ସଂଗଠନ ସମ୍ପାଦକ ଜିତେନ୍ଦ୍ର ସାହୁଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ହୋଇ ଯାଇଅଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ମୁଖ୍ୟ ବକ୍ତା ଭାବେ ଓଡିଶା ରିଭ୍ୟୁର ସମ୍ପଦିକା ଶ୍ରୀମତୀ କସ୍ତୁରୀ ମହାପାତ୍ର , ସମ୍ମାନିତ ବକ୍ତା ଭାବରେ ଚଳଚିତ୍ର ଅଭିନେତା ତଥା ପୂର୍ବତନ କୋରେଇ ବିଧାୟକ ତଥା ମୋ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସ ନାୟକ , ସମ୍ମାନିତ ଅତିଥି ଭାବରେ ଓଡିଶା ବରିଷ୍ଠ ତୀର୍ଥ ଯାତ୍ରା ଯୋଜନାର ଉପଦେଷ୍ଟା ଦୁର୍ଗା ସାମନ୍ତରାୟ, ଉତ୍କଳ ସାମ୍ବାଦିକ ସଙ୍ଘର ରାଜ୍ୟ ସଭାପତି ବିଭୁତି ଭୂଷଣ କର, ରଣପୁର ଏନଏସିର ଯୁବ ନେତା, ଲିଙ୍ଗରାଜ ନାୟକ, ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟର ରାଜ୍ୟ ସଭାପତି ସାଗରୀକା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ l ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଓଡିଶାରେ ବିକାଶରେ ଯୁବ ସମାଜର ଓ ସାମାଜିକ କର୍ମୀଙ୍କ ଭୂମିକା ସମ୍ପର୍କରେ ବିଷୟରେ ମୁଖ୍ୟ ଅତିଥି ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ବିସ୍ତୃତ ଭାବେ ଅଭିଭାଷଣ ପ୍ରଦାନ କରିଥିଲେ।ଏହି ଉତ୍କଳୀୟମ ଫାଉଣ୍ଡେସନ କେବଳ ଓଡିଶା ନୁହେଁ ଓଡିଶା ବାହାରେ ଏକ ଟ୍ରଷ୍ଟ ଭାବେ କାର୍ଯ୍ୟ କରି ଆସୁଅଛି l ଏହି ଫାଉଣ୍ଡେସନ ବର୍ତମାନ ସୁଧା ୧୧ ଟି ରାଜ୍ୟରେ କାର୍ଯ୍ୟ କରି ଆସୁଅଛି l ଆଜିର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l ୨୦୧୪ ମସିହାରୁ ଉତ୍କଳୀୟମ ଫାଉଣ୍ଡେସନ ପକୃତି, ସଂସ୍କୃତି ଓ ମାନବିକ ଅଧିକାର ସୁରକ୍ଷା କ୍ଷେତ୍ରରେ ସମଗ୍ର ଭାରତ ବର୍ଷରେ କାର୍ଯ୍ୟ କରିଆସୁଅଛି। ଏବେ ଏହି ସଂଗଠନ ଭୁବନେଶ୍ୱରରେ କି ଓଡିଶାରେ ସୀମିତ ହୋଇ ନାହିଁ,ଏହା ସମଗ୍ର ଦେଶରେ ନିଜର କାର୍ଯ୍ୟ ଜାରୀ ରଖିଛି ବୋଲି ସମ୍ମାନିତ ଅତିଥି ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭପତି ବିଭୁତି ଭୂଷଣ କର ମତ ପ୍ରକାଶ କରିଥିଲେ। ଓଡିଶାର ଯୁବକ ମାନଙ୍କ ସହ ସାମାଜିକ କର୍ମୀ ମାନଂକ ମଧ୍ୟରେ ଏକତା ରହିବା ସହ ଶୃଙ୍ଖଳିତ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଅଛି ବୋଲି ମୁଖ୍ୟବକ୍ତା ଓ ଅନ୍ୟ ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ଇଣ୍ଡିଆ ବୁକ ଅଫ ରେକର୍ଡ ଓ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ହାସଲ କରିଥିବା ସ୍ପ୍ରିଙ୍ଗ ଗାର୍ଲ ସୁଶ୍ରୀ ପ୍ରିୟା ପ୍ରିୟଦର୍ଶିନୀ ନାୟକ କିଛି ସମୟ ପର୍ଯ୍ୟନ୍ତ ଆକର୍ଷଣୀୟ ତଥା ଚମତ୍କାର ଭାବେ ଯୋଗ ପ୍ରଦର୍ଶନ କରିଥିବା ବେଳେ ଜଗତସିଂହପୁର ଜିଲ୍ଲାର କୁନି କୁନି ପିଲାଙ୍କ ଦ୍ୱାରା ଅତ୍ୟନ୍ତ ଉଚ୍ଚ କୋଟିର ନୃତ୍ୟ ପରିବେଷଣ କରିଥିଲେ l ଏଥିରେ ସାମାଜିକ କର୍ମୀ, ସାମ୍ବାଦିକ, ପୋଲିସ, ସରପଞ୍ଚ, କୁନି ନୃତ୍ୟ ଶିଳ୍ପୀ, ଶିକ୍ଷକ, କବି କବୟିତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ଦିଆ ଯାଇ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଓଡିଶାର ଅଞ୍ଚଳର କୋଣ ଅନୁକୋଣରୁ ବିଭିନ୍ନ ବ୍ୟକ୍ତି ଯୋଗ ଦେଇଥିଲେ ଓ ପ୍ରାରମ୍ଭରେ ଉତ୍କଳୀୟମ ଫାଉଣ୍ଡେସନର ରାଜ୍ୟ ସାଧାରଣ ସମ୍ପାଦିକା ସୁଚିତ୍ରା ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ପରିଶେଷରେ ଉତ୍କଳୀୟମ ଫାଉଣ୍ଡେସନର ଜଗତସିଂହପୁର ଜିଲ୍ଲା ସଭାପତି ଜ୍ଞାନରଞ୍ଜନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ