ICSE-ISC Exam 2027: ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା, ଫେବୃଆରୀ ୧୫ରୁ ICSE ପରୀକ୍ଷା
ନୂଆଦିଲ୍ଲୀ : କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ଜାମିନେସନ୍ସ (CISCE) ପକ୍ଷରୁ ୨୦୨୭ ମସିହାର ICSE (ଦଶମ ଶ୍ରେଣୀ) ଏବଂ ISC (ଦ୍ୱାଦଶ ଶ୍ରେଣୀ) ବୋର୍ଡ ପରୀକ୍ଷାର ସମୟସୂଚୀ ପ୍ରକାଶ ପାଇଛି। ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ CISCEର ଅଫିସିଆଲ୍ ୱେବସାଇଟ୍ cisce.orgକୁ ଯାଇ ବିଷୟ ଅନୁଯାୟୀ ପରୀକ୍ଷା ତାରିଖ ଯାଞ୍ଚ କରିବା ସହ ଡାଉନଲୋଡ୍ କରିପାରିବେ।
ପ୍ରକାଶିତ ସୂଚୀ ଅନୁଯାୟୀ, ICSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ୨୦୨୭ ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖରେ ଶେଷ ହେବ। ଏହି ପରୀକ୍ଷା ଭାରତ ସମେତ ବିଦେଶର ମୋଟ ୨,୮୩୫ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ।
ତେଣୁ ପରୀକ୍ଷାର୍ଥୀମାନେ ନିଜ ନିଜ ବିଷୟର ପରୀକ୍ଷା ତାରିଖ ଓ ସମୟ ଜାଣିବା ପାଇଁ ପ୍ରକାଶିତ ଡେଟ୍ସିଟ୍କୁ ଭଲ ଭାବେ ଯାଞ୍ଚ କରିବା ଆବଶ୍ୟକ। ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ତାରିଖ ସମ୍ପର୍କିତ ବିସ୍ତୃତ ସୂଚନା ମଧ୍ୟ CISCEର ଅଫିସିଆଲ୍ ୱେବସାଇଟ୍ରେ ଉପଲବ୍ଧ ରହିଛି।

