Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Stuart MacGill Ball Tampering: ସାଣ୍ଡପେପର ବ୍ୟବହାର କରି ବଲ୍‌ ସହ ଟାମ୍ପରିଂ କରିଥିଲି, ସ୍ୱୀକାର କଲେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ଷ୍ଟୁଆର୍ଟ ମ୍ୟାକଗିଲ!

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ଷ୍ଟୁଆର୍ଟ ମ୍ୟାକଗିଲଙ୍କ ଏକ ବୟାନକୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଆରମ୍ଭ ହୋଇଛି। ନିଜ କ୍ରିକେଟ୍ କ୍ୟାରିୟର ସମୟରେ ସେ ମଧ୍ୟ ବଲ୍‌ ଟାମ୍ପରିଂ ପାଇଁ ସାଣ୍ଡପେପର ବ୍ୟବହାର କରିଥିବା ସ୍ୱୀକାର କରିଛନ୍ତି। ସେତେବେଳେ ଏହାକୁ ଠକେଇ ବୋଲି ଧରାଯାଉ ନଥିଲା ବୋଲି ମ୍ୟାକଗିଲ କହିଛନ୍ତି। ୧୯୯୮ରୁ ୨୦୦୮ ମଧ୍ୟରେ ସେ ଅଷ୍ଟ୍ରେଲିଆ ପାଇଁ ୪୪ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ।

ଫ୍ୟାନାଟିକ୍ସ ଟିଭିର ଏକ ୟୁଟ୍ୟୁବ୍‌ କାର୍ଯ୍ୟକ୍ରମରେ ଉସମାନ ଖ୍ୱାଜାଙ୍କ ନୂଆ ଆତ୍ମଜୀବନୀରେ ହୋଇଥିବା ଖୁଲାସାକୁ ନେଇ ଆଲୋଚନା ବେଳେ ମ୍ୟାକଗିଲ ଏହି କଥା କହିଥିଲେ। ତାଙ୍କ ସହ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଷ୍ଟିଭ୍ ଓ’କିଫ୍ ଓ ମୋଇସେସ୍ ହେନ୍ରିକ୍ସ ମଧ୍ୟ ଉପସ୍ଥିତ ଥିଲେ। ମ୍ୟାକଗିଲଙ୍କ କହିବା ଅନୁସାରେ, ସେ ସାଣ୍ଡପେପରର ଏକ ଛୋଟ ଖଣ୍ଡକୁ ନିଜ ଆଙ୍ଗୁଠିରେ ଟେପ୍‌ ସାହାଯ୍ୟରେ ଲଗାଇ ରଖୁଥିଲେ। ଏହା କୌଣସି ବଡ଼ ଷଡ଼ଯନ୍ତ୍ର ନଥିଲା, ବରଂ ଏହି ପଦ୍ଧତି କାମ କରୁଛି କି ନାହିଁ ଜାଣିବାକୁ ସେ ଏପରି କରିଥିଲେ।

ସେ ଆହୁରି କହିଥିଲେ, ମ୍ୟାଚ୍‌ ସମୟରେ ଅମ୍ପାୟାର ବାଉଣ୍ଡରି ନିକଟରେ ବଲ୍‌ ରଖିବା ପରେ ସେ ଏହାକୁ ଉଠାଇ ଖେଳିବାକୁ ଯାଉଥିଲେ। ଚା’ ବିରତି ପରେ ବଲ୍‌ ହାତକୁ ଆସିବା ମାତ୍ରେ ସାଣ୍ଡପେପର ଲଗାଇ ଏହାର ପୃଷ୍ଠକୁ ଘଷୁଥିଲେ। ପରେ ସାଣ୍ଡପେପର ଖଣ୍ଡକୁ କାଢ଼ି ଫିଙ୍ଗି ଦେଉଥିଲେ, ଯାହାଫଳରେ କେହି ଏହା ଜାଣିପାରୁ ନଥିଲେ ବୋଲି ସେ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories