BMW M4 Gift: ନବମ ଶ୍ରେଣୀ ଛାତ୍ରଙ୍କୁ ଭଲ ନମ୍ବର ରଖିଥିବା ପାଇଁ ବାପା ଦେଲେ ୧.୬୨ କୋଟିର କାର୍ ଉପହାର! ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା
ପଶ୍ଚିମବଙ୍ଗ: ପରୀକ୍ଷାରେ ଭଲ ନମ୍ବର ରଖିଥିବାରୁ ନବମ ଶ୍ରେଣୀରେ ପଢ଼ୁଥିବା ପୁଅକୁ ୧.୬୨ କୋଟି ଟଙ୍କା ମୂଲ୍ୟର BMW M4 କାର୍ ଉପହାର ଦେଇଛନ୍ତି ପଶ୍ଚିମବଙ୍ଗର ଜଣେ ବ୍ୟବସାୟୀ। ପୁଅର ପାଠପଢ଼ାରେ ସଫଳତା ପାଇଁ ବାପାଙ୍କ ଏହି ଦାମୀ ଉପହାର ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମତ ପ୍ରକାଶ ପାଇଛି।
କିଛି ଲୋକ ବାପାଙ୍କ ଏହି ପଦକ୍ଷେପକୁ ପୁଅର ପରିଶ୍ରମକୁ ସ୍ୱୀକୃତି ଦେବା ଏବଂ ପାଠପଢ଼ା ପ୍ରତି ଉତ୍ସାହ ବଢ଼ାଇବାର ଉପାୟ ବୋଲି କହି ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ, ନବମ ଶ୍ରେଣୀର ଜଣେ ଛାତ୍ରଙ୍କୁ ଏତେ ଦାମୀ ଓ ଅଧିକ ବେଗରେ ଚାଲୁଥିବା କାର୍ ଉପହାର ଦେବାର ଉପଯୁକ୍ତତା ଏବଂ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି।
ବିଶେଷକରି କିଶୋର ବୟସରେ ଏପରି ଶକ୍ତିଶାଳୀ କାର୍ ଚଳାଇବାର ବିପଦକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଭଲ ନମ୍ବର ପାଇଁ ପିଲାଙ୍କୁ ପୁରସ୍କୃତ କରିବା ଉଚିତ କି ନୁହେଁ, ତାହା ଅପେକ୍ଷା ବୟସ ଓ ସୁରକ୍ଷାକୁ ଧ୍ୟାନରେ ରଖି ଏପରି ଉପହାର ଦେବା କେତେ ଠିକ୍, ତାହାକୁ ନେଇ ଚର୍ଚ୍ଚା ଚାଲିଛି।

