Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚାୟତ ର ଅର୍ଥ କୁ ଦୁରୁପଯୋଗ କରୁଛି ବ୍ଲକ ପ୍ରଶାସନ ଅଭିଯୋଗ ଉଠାଇଲେ ୧୪ଗୋଟି ସରପଞ୍ଚ

ପଟ୍ଟାଙ୍ଗି :- ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହିପରି ସ୍ଥିତିରେ ଜନଗହଳି ସ୍ଥାନ ମାନଙ୍କରେ ଜଳଛତ୍ର କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ କୁ ଏହା ଉପରେ ଦୃଷ୍ଟି ଦେବା କୁ କଡାକଡି ନିର୍ଦ୍ଦେଶ ରହିଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ସରକାରଙ୍କ ନିର୍ଦ୍ଦେଶ କୁ ପାଳନ କରିବା ପାଇଁ ପ୍ରସ୍ତୁତ ରହିଥିଲେ ମଧ୍ୟ ଜନସାଧାରଣ ଙ୍କୁ ଉକ୍ତ ବ୍ୟବସ୍ଥା ଯୋଗାଇବା ପୁର୍ବରୁ ବ୍ଲକ ପ୍ରଶାସନ ପଞ୍ଚାୟତ ର ଉକ୍ତ ସେବା କୁ ନେଇ ଦୁରୁପଯୋଗ କରୁଥିବା ସରପଞ୍ଚ ମାନେ ଅଭିଯୋଗ ଉଠାଇଛନ୍ତି । ଏହିପରି କିଛି ଅଭିଯୋଗ ଉଠିଛି କୋରାପୁଟ ଜିଲ୍ଲା ତଥା ପଡୋଶୀ ଆନ୍ଦ୍ର ରାଜ୍ୟ ସୀମା କୁ ଲାଗି ରହିଥିବା ପଟ୍ଟାଙ୍ଗି ବ୍ଲକର ୧୪ଗୋଟି ପଞ୍ଚାୟତ ର ସରପଞ୍ଚ ଙ୍କ କ୍ଷେତ୍ରରେ । ସୂଚନା ଅନୁଯାଇ ଜିଲ୍ଲାର ଉକ୍ତ ବ୍ଲକ ପଡୋଶୀ ଆନ୍ଦ୍ର ରାଜ୍ୟ ସୀମାନ୍ତ ବର୍ତ୍ତି ହୋଇଥିବା ବେଳେ ବ୍ଲକ ର ଅନେକ ପଞ୍ଚାୟତ ମଧ୍ୟ ସୀମାନ୍ତ ବର୍ତ୍ତି ରେ ଅବସ୍ଥିତ ରହିଛି । ଯାହାକି ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଏଥିରେ ବାଦ୍ ପଡିନାହିଁ ପଟ୍ଟାଙ୍ଗି ବ୍ଲକ । ଉକ୍ତ ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟିରେ ରଖି ବ୍ଲକ ର ୧୪ଗୋଟି ସରପଞ୍ଚ ନିଜ ପଞ୍ଚାୟତ ର ଅନୁଦାନ ରୁ ନିଜ ନିଜ ପଞ୍ଚାୟତ ରେ ରହିଥିବା ଜନଗହଳି ସ୍ଥାନ ମାନଙ୍କରେ ତିନୋଟି ଲେଖାଏଁ ଯାହାକି ଗୋଟିକ ପିଛା ୨୭୦୦୦/- ଟଙ୍କା ହିସାବରେ ୮୧୦୦୦/- ଟଙ୍କା ଖର୍ଚ୍ଚ କରି ଜଳଛତ୍ର ଯଥା ପାଣି ଟ୍ୟାଙ୍କି ସହ ଷ୍ଟାଣ୍ଡ୍ ନିର୍ମାଣ କରି ପାନୀୟଜଳ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲା କିନ୍ତୁ ଉକ୍ତ ଅନୁଦାନ ନିଜେ ନିଜ ପଞ୍ଚାୟତ ମାନଙ୍କ ରେ ଖର୍ଚ୍ଚ କରିବା ପୁର୍ବରୁ ଉକ୍ତ ସମସ୍ତ ଅନୁଦାନ ବ୍ଲକ ପ୍ରଶାସନ ପଞ୍ଚାୟତ ର ସରପଞ୍ଚ ମାନଙ୍କର କୈଣସି ମତାମତ ନ ନେଇ ନିଜସ୍ୱ ଇଛାରେ ପଞ୍ଚାୟତ ର ଜନଗହଳି ନ ରହିଥିବା ସ୍ଥାନେ ସ୍ଥାନେ ଜଳଛତ୍ର ଷ୍ଟାଣ୍ଡ୍ ନିର୍ମାଣ କରି ପଞ୍ଚାୟତ ର ଅର୍ଥ କୁ ଅପବ୍ୟବହାର କରିଥିବା ସମସ୍ତ ସରପଞ୍ଚ ଅଭିଯୋଗ ଉଠାଇଥିବା ସହ ଅସନ୍ତୋଷ ପ୍ରକାଶ କରି ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ଜଳଛତ୍ର ଷ୍ଟାଣ୍ଡ୍ ଗୁଡିକ କେଉଁଠି ଭାଙ୍ଗି ଗଲାଣି ଆଉ କେଉଁଠି ନାମକୁ ମାତ୍ର ଜଳଛତ୍ର ଷ୍ଟାଣ୍ଡ୍ ରହିଛି ପାଣି ଟ୍ୟାଙ୍କି ନାହିଁ । ଆଉ କେଉଁଠି ପାଣି ଟ୍ୟାଙ୍କି ଓ ଷ୍ଟାଣ୍ଡ୍ ରହିଥିଲେ ମଧ୍ୟ ଉକ୍ତ ଟ୍ୟାଙ୍କରେ ପାଣି ଭରି କରା ଯାଉନାହିଁ । ଯାହାଫଳରେ ଲୋକେ ନିର୍ମାଣ ହୋଇଥିବା ଜଳଛତ୍ର ନିକଟକୁ ପହଞ୍ଚି ପାଣି ପିଇବା ପାଇଁ ଢହଳ ବିକଳ ହେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏଠାରେ ସୂଚନା ଥାଉକି ୧୪ଟି ପଞ୍ଚାୟତ ରେ ହୋଇଥିବା ୪୨ଟି ଜଳଛତ୍ର ପାଇଁ ୦୧ , ୧୩୪୦୦୦/- ଟଙ୍କା ବ୍ଲକ ପ୍ରଶାସନ ପକ୍ଷରୁ ଦୁରୁପଯୋଗ ହୋଇଥିବା ଜଣାପଡିଛି