Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ,ଜାଣିଲେ ଜିଣିବା ଥିଲା ଆଜିର ମୂଖ୍ୟ

ସମ୍ବଲପୁର : ଆଜି ପୂର୍ବାହ୍ନ ରେ ସମ୍ପ୍ରତି ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ଠାରେ ରାଷ୍ଟ୍ର ନିର୍ମାଣ ରେ ଯୁବ ପ୍ରସ୍ତୁତି ପଶିକ୍ଷଣ କାର୍ଯ୍ୟକ୍ରମ ର ଏକାଦଶ ସପ୍ତାହ ରେ ମା ବାଗଦେବୀଙ୍କ ପୂଜା ଓ ବିଶ୍ୱଶାନ୍ତି ପ୍ରାର୍ଥନା ପରେ ଆରମ୍ଭ ହୋଇଥଲା
ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ଶିବଶଙ୍କର ଷଡ଼ଙ୍ଗୀ ଯୋଗାଯୋଗ କୌଶଳ ପ୍ରସଙ୍ଗ ରେ ଆଲୋଚନା ଆରମ୍ଭ କରି ଆମ ଦୈନଦିନ ଜୀବନର ଆମେ ନିଜର ଭାବ କୁ ପ୍ରକାଶ କରିବା ପାଇଁ ଯୋଗାଯୋଗ ର ମାଧ୍ୟମ ଯଥା ମୌଖିକ,ଲିଖିତ ଓ ଭାବଭଙ୍ଗି ର ବିଭିନ୍ନ ଦିଗ ଉପରେ ଉଦାହରଣ ସହ ବିଶଦ ଆଲୋଚନା କରଥିଲେ। ଦ୍ବିତୀୟ ଅଧିବେଶନ କୁ ଶିକ୍ଷାବିତ ରାଜେନ୍ଦ୍ର କୁମାର ପଣ୍ଡା ଆରମ୍ଭକରି ,ପିଲାଙ୍କ ସହ ପ୍ରତ୍ୟକ୍ଷ ବାର୍ତ୍ତାଲାପ ଜରିଆରେ “ଆସ ସଂବଲପୁର କୁ ଜାଣିବା” ଏକ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ଜ଼ରିଆ ରେ ସବଲପୁର ର ଐତିହ,ସାମାଜିକ ସ୍ଥିତି,ସଂସ୍କୃତି ଓ ମହାପୁରୁଷ ମାନଙ୍କ ଜୀବନୀ ସମ୍ବନ୍ଧରେ ପିଲାଙ୍କୁ ତଥ୍ୟଭିତ୍ତିକ ଭିଡିଓ ପ୍ରଦର୍ଶନ ମାଧ୍ୟମ ରେ ଅବଗତ କରେଇଥିଲେ ଏହି କାର୍ଯ୍ୟକ୍ରମ ରେ ପିଲାମାନେ ଖୁବ୍ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ଙ୍କୁ ପ୍ରେରିତ କରିବାପାଇଁ ,ଅନୁଷ୍ଠାନ ର ସଭାପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ,ସଭ୍ୟସମ୍ପାଦକ ରଘୁନାଥ ମିଶ୍ର, ,ପ୍ରଫେସର ମୁରଲୀ ପ୍ରେମନାଥ ନାୟକ, ଭିସୁଟ ରୁ ଡ଼, ମନୋଜ କୁମାର ପଟେଲ,ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା,ଉଦିତ ଚନ୍ଦ୍ର ପାଟଯୋଶି,ସମେତ,ଡାକ୍ତର ଜୟଦେବ ମେହେର,ଗୋଳକ ବିହାରି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ କାର୍ଯ୍ୟକ୍ରମ ର ସଂଯୋଜକ ଶ୍ରୀ ରାଜେନ୍ଦ୍ର ପଣ୍ଡା ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମର ବୈଷୟିକ ସହାୟତା ପାଇଁ ଶ୍ରୀ ଅଭିନଂଦନ ତ୍ରିପାଠୀ,ବିଜୟ ସାହୁ ଓ ସୁନନ୍ଦା ପ୍ରଧାନ ପ୍ରମୁଖ ବିଭିନ୍ନ ଦାୟିତ୍ୱ ନିର୍ବାହ କରିଥିଲେ।ଶିବିର ରେ ମୋଟ ୧୭ଟି ହାଇସ୍କୁଲରୁ ୨୭ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ।କାର୍ଯ୍ୟକ୍ରମଶେଷରେ ଜାତୀୟ ସଙ୍ଗୀତ ଗାନ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ