Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟେଷ୍ଟରେ ୪ ଥର ୪୦୦ରୁ ଅଧିକ ରନ ଟାର୍ଗେଟ୍ ହାସଲ ହୋଇଛି, କ’ଣ ଭାରତ ରଚି ପାରିବ ଇତିହାସ ?

ନୂଆଦିଲ୍ଲୀ: ଲଣ୍ଡନର ଓଭାଲରେ ଖେଳା ଯାଉଥିବା ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୩ର ଫାଇନାଲ୍ ମୁକାବିଲା ରୋମାଞ୍ଚକର ମୋଡ଼ରେ ପହଞ୍ଚି ଯାଇଛି। ଆଜି ଶେଷ ଦିନ ନିର୍ଣ୍ଣାୟକ ସାବ୍ୟସ୍ତ ହେବାକୁ ଯାଉଛି। ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୪୪୪ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି। ଆଜି ପଞ୍ଚମ ଦିନରେ ଭାରତକୁ ଜିତିବା ପାଇଁ ଦରକାର ୨୮୦ ରନ ଏବଂ ହାତରେ ରହିଛି ୭ ଓ୍ଵିକେଟ୍। ଯଦି ଭାରତ ଲକ୍ଷ୍ୟ ପିଛା କରିବାରେ ସଫଳ ହୁଏ ତେବେ ଇତିହାସ ରଚିବ। ଟେଷ୍ଟ କ୍ରିକେଟରେ ଏ ପର‌୍ୟ୍ୟନ୍ତ ୪ ଥର ୪୦୦ରୁ ଅଧିକ ରନର ବିଜୟ ଲକ୍ଷ୍ୟ ଚେଜ୍ ହୋଇ ପାରିଛି। ମାତ୍ର କୌଣସି ଦଳ ୪୪୪ ରନ ପିଛା କରି ନାହାନ୍ତି। ଭାରତୀୟ ଦଳ ୧୯୭୬ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଥରୁଟିଏ ୪୦୦ରୁ ଅଧିକ ରନ ପିଛା କରିବାରେ ସଫଳ ହୋଇଥିଲା।

ଟେଷ୍ଟ କ୍ରିକେଟରେ ସବୁଠୁ ବଡ଼ ଟାର୍ଗେଟ୍ ପିଛା କରିବାର ରେକର୍ଡ ବର୍ତ୍ତମାନ ଓ୍ଵେଷ୍ଟଇଣ୍ଡିଜ ନାମରେ ରହିଛି। ଏହି ଦଳ ୨୦୦୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ୪୧୮ ରନର ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଏହି ତାଲିକାରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ୨ ଟିମର ନାଁ ରହିଛି।

ଟେଷ୍ଟ କ୍ରିକେଟରେ ୪୦୦ରୁ ଅଧିକ ରନ ପିଛା କରିଥିବା ଟିମ୍

ଓ୍ଵେଷ୍ଟଇଣ୍ଡିଜ- ୪୧୮ ବନାମ ଅଷ୍ଟ୍ରେଲିଆ, ୨୦୦୩
ଦକ୍ଷିଣ ଆଫ୍ରିକା- ୪୧୪ ବନାମ ଅଷ୍ଟ୍ରେଲିଆ, ୨୦୦୮
ଅଷ୍ଟ୍ରେଲିଆ- ୪୦୪ ବନାମ ଇଂଲଣ୍ଡ, ୧୯୪୮
ଭାରତ- ୪୦୩ ବନାମ ଓ୍ଵେଷ୍ଟଇଣ୍ଡିଜ, ୧୯୭୬
ଓ୍ଵେଷ୍ଟଇଣ୍ଡିଜ- ୩୯୫ ବନାମ ବାଂଲାଦେଶ, ୨୦୦୧

ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ କରିଥିଲା। ଜବାବରେ ଭାରତ ୨୯୬ ରନରେ ଅଲଆଉଟ୍ ହୋଇଥିଲା। ଏଥିସହ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଭାରତଠୁ ୧୭୩ ରନରେ ଆଗୁଆ ରହିଥିଲା। ଏହା ପରେ କଙ୍ଗାରୁ ଦଳ ୨୭୦/୮ରେ ଦ୍ଵିତୀୟ ଇନିଂସ ଘୋଷଣା କରିଥିଲା। ଫଳରେ ଭାରତ ସମ୍ମୁଖରେ ରହିଛି ୪୪୪ ରନର ବିଜୟ ଲକ୍ଷ୍ୟ। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ଵିକେଟ୍ ହରାଇ ୧୬୪ ରନ କରିଛି। ଜ୍ରିଜରେ ବିରାଟ କୋହଲି ଏବଂ ଆଜିଙ୍କ୍ୟ ରାହାଣେ ଅପରାଜିତ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ