Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଲଟ ମିଶନ ବୈଠକରେ ମାଣ୍ଡିଆ ଚାଷକୁ ଗୁରୁତ୍ୱ

ସମ୍ବଲପୁର (କୁଚିଣ୍ଡା):କୁଚିଣ୍ଡା ବ୍ଲକ ସ୍ତରୀୟ ମିଲଟ ମିଶନ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି।କାଦୋପଡା ସ୍ଥିତ ରାଜୀବ ଭବନ ଠାରେ ପରିଚାଳନା ସଂସ୍ଥା ‘ସାର୍କ’ ପରିଚାଳନାରେ ଏହା ଅନୁଷ୍ଠିତ ହୋଇଥିଲା।ଏଥିରେ ବ୍ଲକ ଅଧ୍ୟକ୍ଷ ଭୁବନେଶ୍ବର କିସାନ,ବ୍ଲକ୍ କୃଷି ଅଧିକାରୀ ଶାନ୍ତାନୁ କରାଳି,ସୁନିତା କିରୋ,ଜିଲ୍ଲା ସଂଯୋଜକ ସୁଧାଂଶୁ ରାୟଗୁରୁଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ୍ ମାନେ ଯୋଗଦେଇ ମାଣ୍ଡିଆର ଗୁଣାତ୍ମକ ଦିଗ ଉପରେ ଆଲୋଚନା କରି ଆଗାମୀ ଦିନରେ କିପରି ଏହି ଚାଷ ପ୍ରଣାଳୀ ବ୍ଲକ୍ ଅଞ୍ଚଳରେ ବ୍ୟାପକ ଚାଷ ହୋଇପାରିବ ସେ ଦିଗରେ ଗରୁତ୍ୱାରୋପ କରାଯାଇଥିଲା।ଅବସର ପ୍ରାପ୍ତ କୃଷି ଅଧିକାରି ରଦ୍ଦୁମଣି ହୋତା ମାଣ୍ଡିଆ ଚାଷର ପ୍ରଣାଳୀ ଏହାର ଉତ୍ପାଦନ ବୃଦ୍ଧି ସଂପର୍କରେ ବୁଝାଇଥିବା ବେଳେ ଜିଲ୍ଲା ସଂଯୋଜକ ବିହନ ଯୋଗାଣ,ସରକାରୀ ପ୍ରୋତ୍ସାହନ,ଅମଳ କ୍ଷମ ମାଣ୍ଡିଆକୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ବିକ୍ରୟ କରିବା ଦିଗରେ ବୁଝାଇଥିଲେ । ସୂଚନା ଯୋଗ୍ୟଯେ କୁଚିଣ୍ଡା ବ୍ଲକ୍ ୬ ପଞ୍ଚାୟତରୁ ୩୦ ଗ୍ରାମର ୪୨୩ ଜଣ ପରିବାରକୁ ସାର୍କ ପକ୍ଷରୁ ଚିହ୍ନଟ କରାଯାଇ ମାଣ୍ଡିଆ,ବାଜରା ଓ ଜୋଆର ଚାଷ ପାଇଁ ପଞ୍ଜିକୃତ କରାଯାଇଥିବା ବୈଠକରେ ଉପସ୍ଥାପିତ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ