Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବନେତା ପରିଚୟ ଦେଇ ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ପୁଇଁତଲା ପୁଲିସ ଦ୍ୱାରା ଗିରଫ।

ବଲାଙ୍ଗୀର,୨୨।୧୧: ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ଅଭିଯୋଗ। ଏ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରୋନିତ କୁମାର ନାୟକଙ୍କୁ ଗିରଫ କରିଛି ପୁଇଁତଲା ପୁଲିସ। ଅଭିଯୁକ୍ତ ନିଜକୁ ଯୁବନେତା ପରିଚୟ ଦେଇ ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କ ସହ ଫୋଟୋ ଦେଖାଇ ନିଜକୁ ଭୁବନେଶ୍ୱରରେ ଭଲ ଖାତିର ଅଛି କହି ଚାକିରୀ କରାଇ ଦେବାର ପ୍ରତିଶୃତି ଦେଉଥିବା ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲାର ଡୋଳାମଣି ରଣାଙ୍କ ପୁଅକୁ ସରକାରୀ ଶିକ୍ଷକ ଚାକିରୀ କରାଇ ଦେବାକୁ କହି ୮ ଲକ୍ଷ ଟଙ୍କା ନେଇଥିଲେ ଅଭିଯୁକ୍ତ। ଟଙ୍କା ଫେରସ୍ତ ମାଗିବାରୁ ମାଡ଼ ଓ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହା ସହ ଟାଉନ ଥାନାରେ ମଧ୍ୟ ଚାକିରୀ ନାରେ ଠକେଇ ମାମଲା ରୁଜୁ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories