ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ
ପାରଳାଖେମୁଣ୍ଡି:୨୨/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)
ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଓଡ଼ିଶାର ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।ଚିତ୍ର କେବଳ ରଙ୍ଗ ଓ ତୂଳୀର ଖେଳ ନୁହେଁ; ଏହା ମନର ଭାବନା, କଳ୍ପନା ଓ ସୃଜନଶୀଳତାର ଏକ ସୁନ୍ଦର ପରିପ୍ରକାଶ। ଚିତ୍ରାଙ୍କନ ମାଧ୍ୟମରେ ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭା, କଳ୍ପନାଶକ୍ତି ଓ ସୃଜନଶୀଳ ଚିନ୍ତନର ବିକାଶ ହୋଇପାରିବ ବୋଲି ସଂଗଠନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
ଏହି ପ୍ରତିଯୋଗିତାକୁ ସଂଗଠନର ସଭାପତି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଜି. ଗୋବିନ୍ଦରାଜୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଏଥିରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ସମୟରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବାର ସୁଯୋଗ ପାଇବେ। କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କ ନାମ ଗୁଡିକ କ୍ରମବଦ୍ଧ ଅନୁଯାଇ ଏଠାରେ ଦିଆଗଲା | କ ବର୍ଗ – (ପ୍ରଥମରୁ ପଞ୍ଚମ) ପ୍ରଥମରେ ଦିବ୍ୟାନ୍ସ ନାୟକ, ସେଞ୍ଚୁରିଆନ ପବ୍ଲିକ ସ୍କୁଲ, ଦ୍ବିତୀୟରେ ପ୍ରବୀଣ ଚୌଧୁରୀ, ସ୍ମାର୍ଟ ସ୍କୁଲ, ତୃତୀୟରେ ପ୍ରଣତି ଚୌଧୁରୀ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଚତୁର୍ଥରେ ସ୍ୱସ୍ତିଶ୍ରୀ ସୌମ୍ୟ ନାୟକ, ସୂରିୟା ସ୍ଟେକ୍ନୋ ସ୍କୁଲ,ପଞ୍ଚମରେ ପ୍ରତୀ ବିଶ୍ୱାଳ, ଗୀତାଞ୍ଜଳି ପବ୍ଲିକ ସ୍କୁଲ ଏବଂ ଖ ବର୍ଗରେ ( ଷଷ୍ଠରୁ ଦଶମ ପର୍ଯ୍ୟନ୍ତ) ପ୍ରଥମରେ ରାହୁଲ ଭୁଁୟା , ବିକାଶ ବିଦ୍ୟା ନିକେତନ, ଦ୍ବିତୀୟରେ ସ୍ୱପ୍ନାରଣୀ ଗମାଙ୍ଗୋ, ସେଞ୍ଚୁରିୟାନ ପବ୍ଲିକ ସ୍କୁଲ, ତୃତୀୟରେ ଅନୁରାଧା ଭୁଁୟା, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଚତୁର୍ଥରେ ଵାଲା କବ୍ୟଶ୍ରୀ, ସେଣ୍ଟ ଯୋଶେଫ ସ୍କୁଲ, ପଞ୍ଚମରେ ଆରାଧ୍ୟ ପାଢ଼ୀ, କେନ୍ଦ୍ରୀୟ ବିଦ୍ୟାଳୟ, ଗଜପତି |ଏହି ଅବସରରେ ସଂଗଠନର ଉପସଭାପତି ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା, ସମ୍ପାଦକ ଶ୍ରୀ ମନୋଜ କୁମାର ପଟ୍ଟନାୟକ, ସହସମ୍ପାଦକ ଡ. ଶଶୀକାନ୍ତ ମହାପାତ୍ର, ସଂଯୋଜିକା ଶ୍ରୀମତୀ ଅରୂପାଞ୍ଜଳି ମହାନ୍ତି, ଶ୍ରୀ ମନୋଜ ପଣ୍ଡା, ଶ୍ରୀ ସୀତାରାମ ପ୍ରଧାନ, ଶ୍ରୀମତୀ ଶୁଭ୍ରା ପଟ୍ଟନାୟକ, ସୁଶ୍ରୀ ଅଞ୍ଜନା ପଟ୍ଟନାୟକ, ସୁଶ୍ରୀ ସ୍ନେହଲତା ବେହେରା ଓ ସୁଶ୍ରୀ ରାଜେଶ୍ୱରୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତାର ସୁପରିଚାଳନାରେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କଳା, ସଂସ୍କୃତି ଓ ସୃଜନଶୀଳତା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କ ପ୍ରତିଭା ବିକାଶ ପାଇଁ ଏକ ଉତ୍କୃଷ୍ଟ ମଞ୍ଚ ସାଜିଥିଲା।

