Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଷାଣୀ ବ୍ଲକ କଂଗ୍ରେସ ପକ୍ଷରୁ ଅର୍ଣ୍ଣବ ବାତ୍ୟା ଓ କ୍ଷତିଗ୍ରସ୍ତ ପରିବାରଙ୍କୁ ରିଲିଫ ବଣ୍ଟନ

ପାରଳାଖେମୁଣ୍ଡି:୨୨/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଅନ୍ତର୍ଗତ ଗୋଷାଣୀ ବ୍ଲକରେ ଅର୍ଣ୍ଣବ ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଗୋଷାଣୀ ବ୍ଲକ କଂଗ୍ରେସ ସଭାପତି ଙ୍କ ଏ. ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ବିଭିନ୍ନ ଗ୍ରାମରେ କମ୍ବଳ ଓ ଶାଢ଼ି ବଣ୍ଟନ ଗଜପତି ଜିଲ୍ଲାର ଗୋସାଣୀ ବ୍ଲକ ଅନ୍ତର୍ଗତ ଅର୍ଣ୍ଣବ ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଗ୍ରାମର ଜନସାଧାରଣଙ୍କ ସହାୟତା ପାଇଁ ଆଗେଇ ଆସିଛି ଗୋସାଣୀ ବ୍ଲକ କଂଗ୍ରେସ। ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଏ. ଶ୍ରୀନିବାସ ରାଓଙ୍କ ନେତୃତ୍ୱ, ଉଦ୍ୟମ ଓ ସକ୍ରିୟ ସହଯୋଗରେ ନଭେମ୍ବର ୨୧ ତାରିଖ ଶନିବାର ଦିନ ବିଭିନ୍ନ ବାତ୍ୟା ଓ ବନ୍ୟା ପ୍ରଭାବିତ ଗ୍ରାମରେ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା।ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ ଏବଂ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଶଙ୍କର ପ୍ରଧାନଙ୍କ ମାର୍ଗଦର୍ଶନରେ ଶ୍ରୀ ଏ. ଶ୍ରୀନିବାସ ରାଓ ନିଜ ବ୍ଲକର ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ନିକଟରେ ପହଞ୍ଚି ମାନବିକତାର ପରିଚୟ ଦେଇଥିଲେ। ତାଙ୍କର ନେତୃତ୍ୱରେ କଂଗ୍ରେସ କର୍ମୀମାନେ କ୍ଷତିଗ୍ରସ୍ତ ପରିବାରଙ୍କୁ କମ୍ବଳ ଏବଂ ମହିଳାମାନଙ୍କୁ ଶାଢ଼ି ବଣ୍ଟନ କରିଥିଲେ।ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ ଗୋସାଣୀ ଗ୍ରାମର ୩ ଜଣ, ଅଡ଼ଗାଁର ୧୫ ଜଣ, ସାରିଆପଲ୍ଲୀର ୩୦ ଜଣ, ଗାରାବନ୍ଧର ୧୦ ଜଣ, ବୁରୁସାହି ରମ୍ପା ପଞ୍ଚାୟତର ୫୦ ଜଣ ଏବଂ ଏସ୍. ତାଳସିଂ ଅଞ୍ଚଳର ୫୦ ଜଣଙ୍କୁ ରିଲିଫ୍ ସାମଗ୍ରୀ ପ୍ରଦାନ କରାଯାଇଥିଲା।
ଶ୍ରୀ ଏ. ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ଆୟୋଜିତ ଏହି ସେବାମୂଳକ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦିକା ଶ୍ରୀମତୀ ଜସ୍ମିନ ସେଖ, ଗଜପତି ଜିଲ୍ଲା କଂଗ୍ରେସ ଏସ୍.ସି. ସେଲ୍ ଅଧ୍ୟକ୍ଷ ଶ୍ରୀ ଏସ୍. ପାପା ରାଓ, ଗୋସାଣୀ ବ୍ଲକ କଂଗ୍ରେସ ଏସ୍ ସି ସେଲ୍ ସଭାପତି ଶ୍ରୀ ବାଲକୃଷ୍ଣ ରାଓ, ଗୋସାଣୀ ବ୍ଲକ କଂଗ୍ରେସ ସମ୍ପାଦକ ଶ୍ରୀ ଇଜରାଏଲ ଭୂୟାଁ ଏବଂ ଗୋସାଣୀ ବ୍ଲକ ଯୁବ କଂଗ୍ରେସ ସଭାପତି ଶ୍ରୀ ପ୍ରଶାନ୍ତ ସବରଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ରିଲିଫ୍ ବଣ୍ଟନରେ ସହଯୋଗ କରିଥିଲେ।ଏହି ଅବସରରେ ଗୋସାଣୀ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଏ. ଶ୍ରୀନିବାସ ରାଓ କହିଥିଲେ ଯେ, ବିପଦ ଓ ଦୁର୍ବିପାକ ସମୟରେ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଜନସାଧାରଣଙ୍କ ସେବା କରିବା ହିଁ ପ୍ରକୃତ ମାନବିକତା। ବାତ୍ୟା ଓ ବନ୍ୟାରେ ପ୍ରଭାବିତ ପରିବାରମାନଙ୍କୁ ଏହି ସହାୟତା କିଛି ମାତ୍ରାରେ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।ସମଗ୍ର କାର୍ଯ୍ୟକ୍ରମରେ ଶ୍ରୀ ଏ. ଶ୍ରୀନିବାସ ରାଓଙ୍କ ସକ୍ରିୟ ନେତୃତ୍ୱ ଓ ସହଯୋଗରେ ଗୋସାଣୀ ବ୍ଲକ କଂଗ୍ରେସର ଏହି ମାନବିକ ସେବା କାର୍ଯ୍ୟକ୍ରମ ସଫଳ ହୋଇଥିଲା।
ଜନସାଧାରଣଙ୍କ ସୁଖ ଦୁଃଖରେ ସାଥୀ ହେବା ଏବଂ ବିପଦ ସମୟରେ ସହାୟତାର ହାତ ବଢ଼ାଇବା ହିଁ ଗୋସାଣୀ ବ୍ଲକ କଂଗ୍ରେସର ମୂଳ ଲକ୍ଷ୍ୟ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories