Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡିରେ ୟୁ.ଏଚ ଆର ସି ପକ୍ଷରୁ ପୋଲିସ ଓ ସବ୍‌ଜେଲ୍ ଅଧିକାରୀଙ୍କୁ ସମ୍ମାନିତ

ପାରଳାଖେମୁଣ୍ଡି:୨୨/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ମାନବାଧିକାର ସୁରକ୍ଷା ଓ ଦୁର୍ନୀତି ବିରୋଧୀ କାଉନସିଲ ଗଜପତି ଜିଲ୍ଲା ଶାଖା ପକ୍ଷରୁ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଆଇଆଇସି ଶ୍ରୀ ପ୍ରଶାନ୍ତ ଭୂପତି ଏବଂ ପାରଳାଖେମୁଣ୍ଡି ସବ୍‌ଜେଲ୍‌ର ସୁପରିଟେଣ୍ଡେଣ୍ଟ ଶ୍ରୀ କାମାକ୍ଷୀ ପ୍ରସାଦ ପତିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସୌଜନ୍ୟମୂଳକ ଭାବେ ସମ୍ମାନିତ କରାଯାଇଥିଲା।ଏହି ଅବସରରେ UHRC ଗଜପତି ଜିଲ୍ଲା ଟିମ୍ ପକ୍ଷରୁ ଜିଲ୍ଲାରେ ମାନବାଧିକାରର ସୁରକ୍ଷା, ଜନସାଧାରଣଙ୍କ ମୌଳିକ ଅଧିକାର, ସାମାଜିକ ନ୍ୟାୟ ଓ ସମ୍ମାନର ସୁରକ୍ଷା ଦିଗରେ କିପରି ସମନ୍ୱୟ ରକ୍ଷା କରି କାର୍ଯ୍ୟ କରାଯାଇପାରିବ, ସେନେଇ ଆଲୋଚନା ହୋଇଥିଲା।ବିଶେଷକରି ମହିଳା, ଯୁବକ, ଛାତ୍ରଛାତ୍ରୀ ଏବଂ ସମାଜର ସମସ୍ତ ବର୍ଗର ଲୋକଙ୍କ ଅଧିକାର ଓ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ସାମାଜିକ ସଚେତନତା, ନ୍ୟାୟ ପ୍ରଦାନ, ମାନବାଧିକାର ସୁରକ୍ଷା ଏବଂ ଦୁର୍ନୀତି ବିରୋଧୀ କାର୍ଯ୍ୟକ୍ରମକୁ ଜିଲ୍ଲାରେ ଅଧିକ ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ଦିଗ ଉପରେ ମତବିନିମୟ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ UHRC ଗଜପତି ଜିଲ୍ଲାର ସଭାପତି, ମହିଳା ସଭାନେତ୍ରୀ ଶ୍ରୀମତୀ ତନୁଜା ଶତପଥୀ, ଉପସଭାନେତ୍ରୀ ଶ୍ରୀମତୀ ଜସ୍ମିନ ଶେଖ ଏବଂ ଆର୍. ଉଦୟଗିରି ବ୍ଲକ୍ ସଭାପତି ଶ୍ରୀ ମିହିର କୁମାର ଉପସ୍ଥିତ ରହିଥିଲେ।UHRC ଗଜପତି ଜିଲ୍ଲା ଶାଖା ପକ୍ଷରୁ ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ବର୍ଗର ଲୋକଙ୍କ ଅଧିକାର, ସୁରକ୍ଷା, ନ୍ୟାୟ ଓ ସମ୍ମାନ ପାଇଁ ସଚେତନତା ସୃଷ୍ଟି କରିବା ସହ ପ୍ରଶାସନ ଓ ସମାଜ ମଧ୍ୟରେ ସମନ୍ୱୟ ରକ୍ଷା କରି ଜନହିତକର କାର୍ଯ୍ୟ ଜାରି ରଖିବାକୁ ଆଲୋଚନା କରାଯାଇଥିଲା।
ମାନବାଧିକାରର ସୁରକ୍ଷା, ଦୁର୍ନୀତିମୁକ୍ତ ସମାଜ ଗଠନ ଓ ଜନସାଧାରଣଙ୍କ ନ୍ୟାୟ ପାଇଁ UHRCର ଏହି ପଦକ୍ଷେପକୁ ଏକ ସକାରାତ୍ମକ ପ୍ରୟାସ ଭାବେ ଦେଖାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories