Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲମ ପରିବାରର କବିତା ଆସର: ସମ୍ବଲପୁରୀ ବହି ହାଟ୍ ଲାଗି ପ୍ରସ୍ତୂୁତି

ସମ୍ବଲପୁର: କଲମ ପରିବାର ସମ୍ବଲପୁର ପକ୍ଷରୁ ସାମ୍ବାଦିକ ଭବନରେ ସମ୍ବଲପୁରୀ ବହି ହାଟ୍ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଏକ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି ଜୟକୃଷ୍ଣ ବେହେରାଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁରୀ ବହି ହାଟ୍ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଲେଖକ ଓ ପ୍ରକାଶକଙ୍କୁ ନେଇ ଏକ କମିଟି ଗଠନ ରିବା, ଭାଷାର ବିକାଶ ପାଇଁ ବିଭିନ୍ନ ଆଲୋଚନା କରିବା,ବହି ହାଟ୍ ହଁ ଏପରି ଏକ ସ୍ଥାନ ଯେଉଁଠି ସମସ୍ତ ପ୍ରକାର ବହି ମିଳି ପାରିବ, ସମସ୍ତଙ୍କୁ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା କଥା, ବହି ହାଟ୍ ସମ୍ବଲପୁରୀ ଭାଷା ଆନ୍ଦୋଳନର ଅନ୍ୟତମ ରୂପ ଅଟେ, ପର୍ବ ପର୍ବାଣୀ ସମୟରେ ସମ୍ବଲପୁରୀ ପୁସ୍ତକ ଉପହାର ଦେବା ପରମ୍ପରା ଆରମ୍ଭ ହେଉ ବୋଲି ଏହି ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।
ପ୍ରାରମ୍ଭରେ ଅନୁଷ୍ଠାନର ଆବାହକ ତଫିଜୁଲ ହୋସେନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ କାଳିନ୍ଦୀ ସିଂ, ଡ. ପ୍ରଦୀପ ପଣ୍ଡା, କ୍ଷେତ୍ରମଣି ବିଭାର, ଡ଼. ଗିରିଜା ଶଙ୍କର ଶର୍ମା, ଭବାନୀ ଶଙ୍କର ଭୋଇ, ପ୍ରଫୁଲ୍ଲ ହୋତା, ଗୌରାଙ୍ଗ ପାଣ୍ଡେ, ଦୀପକ ପଣ୍ଡା, ଡ଼. ମନୋଜ ପଣ୍ଡା, ସପନ୍ ମିଶ୍ର, ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ନୂଆଁ ସକାଲ ପତ୍ରିକର ଶୀତଳଷଷ୍ଠୀ ସଂଖ୍ୟା ଉନ୍ମୋଚିତ ହୋଇଥିଲା।
ପରେ ଉପ ସଭାପତି ଲଲିତ ମୋହନ ବେବର୍ତ୍ତାଙ୍କ ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିଲା। ପ୍ରଣତି ମହାପାତ୍ର, କମଲ ଲୋଚନ ପଣ୍ଡା, ମମତା ନାଥ, ଦୀପକ ପଣ୍ଡା, କିରଣ ଶଙ୍କର ପଣ୍ଡା, ଅନନ୍ୟା ବେହେରା, ସନାତନ କଟା, ସୁରେଖା ସାହୁ, ପ୍ରଦୀପ ରଞ୍ଜନ ପାଣିଗ୍ରାହୀ, ପ୍ରଦୀପ ଯୋଶୀ, ସିଦ୍ଧାର୍ଥ ପଣ୍ଡା, ଲକ୍ଷ୍ମୀନାରାୟଣ ପଣ୍ଡା, କାହ୍ନୁ କେଶବ ବହିଦାର, ପ୍ରମୋଦ କୁମାର ମିଶ୍ର, ସତ୍ୟ ନାରାୟଣ ଠାକୁର, ତ୍ରିଲୋଚନ ତ୍ରିପାଠୀ ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ ସମ୍ପାଦକ କମଲ ଲୋଚନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ