Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୭ ଦଫା ଦାବିରେ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡ଼ି କର୍ମୀଙ୍କ ଧାରଣା ; ଆନ୍ଦୋଳନ ସ୍ଥଳରେ ଝୁଟି ପକାଇ ପାଳନ କଲେ ମାଣବସା ଗୁରୁବାର ।

ବଲାଙ୍ଗୀର,୨୬।୧୧: ୭ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି ଅଙ୍ଗନୱାଡ଼ି କର୍ମୀ। ଗତ ୨୩ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ଧାରଣା ଆନ୍ଦୋଳନ ଆଜି ମଧ୍ୟ ଜାରି ରହିଥିବା ବେଳେ ବଲାଙ୍ଗୀର ବ୍ଲକର କର୍ମୀମାନେ ରାଜରାସ୍ତାରେ ବସି ପ୍ରତିବାଦ ଜଣାଇଛନ୍ତି।
ସାଧାରଣତଃ ଗୁରୁବାର ଦିନ ପରିବାର ଓ ପିଲାମାନଙ୍କ ସହ ଘରେ ପୂଜାର୍ଚ୍ଚନା କରି ଉତ୍ସବମୁଖର ପରିବେଶରେ ସମୟ ବିତାଉଥିବା ଅଙ୍ଗନୱାଡ଼ି କର୍ମୀମାନେ ଆଜି ଆନ୍ଦୋଳନ ସ୍ଥଳରେ ହିଁ ରଙ୍ଗୋଲି ପକାଇ ଓ ପୂଜା କରି ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଗତ ୨୩ ତାରିଖରୁ ସେମାନେ ୭ ଦଫା ଦାବି ନେଇ ରାଜ୍ୟ ରାସ୍ତାରେ ବସିଛନ୍ତି। ଆନ୍ଦୋଳନକୁ ସୁରୁଖୁରୁରେ ଚଳାଇବା ପାଇଁ ଜିଲ୍ଲାୱାରୀ ପାଳି ବ୍ୟବସ୍ଥା କରାଯାଇଛି; ଯେଉଁ ଜିଲ୍ଲାର ପାଳି ପଡ଼ୁଛି, ସେହି ଜିଲ୍ଲାର କର୍ମୀମାନେ ଭୁବନେଶ୍ୱରରେ ଧାରଣା ଦେଉଛନ୍ତି ଏବଂ ଅନ୍ୟ ଜିଲ୍ଲାର କର୍ମୀମାନେ ନିଜ ନିଜ ବ୍ଲକରେ ଆନ୍ଦୋଳନ କରୁଛନ୍ତି।
ସରକାରଙ୍କୁ ସିଧାସଳଖ ଚେତାବନୀ ଦେଇ ଅବନ୍ତି ପ୍ରଧାନ କହିଛନ୍ତି ଯେ, ଆଗକୁ ଗୁରୁବାର ପଡ଼ୁ କି ଯେକୌଣସି ପର୍ବପର୍ବାଣି ବା ଦିବସ ଆସୁ, ଧାରଣା ସ୍ଥଳରେ ହିଁ ସେମାନେ ପାଳନ କରିବେ, କିନ୍ତୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ କେହି ମଧ୍ୟ ଏଠାରୁ ଉଠିବେ ନାହିଁ। ପୂର୍ବ ଭଳି ସାମାନ୍ୟ ଅର୍ଥ ବୃଦ୍ଧି କିମ୍ବା କେବଳ ପ୍ରତିଶ୍ରୁତି ଦେଇ ସରକାର ପ୍ରଲୋଭିତ କରିବାକୁ ଚେଷ୍ଟା କଲେ ମଧ୍ୟ କର୍ମୀମାନେ କୌଣସି ପରିସ୍ଥିତିରେ ଆନ୍ଦୋଳନ ପ୍ରତ୍ୟାହାର କରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏହି ଧାରଣା ଆନ୍ଦୋଳନରେ ବହୁ ସଂଖ୍ୟାରେ ଅଙ୍ଗନୱାଡ଼ି କର୍ମୀ ସାମିଲ ହୋଇ ନିଜ ଦାବି ସପକ୍ଷରେ ସ୍ୱର ଉତ୍ତୋଳନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories