ଧର୍ମ ପରାୟଣ ଙ୍କ ପରଲୋକ, ଅଞ୍ଚଳ ରେ ଶୋକ ପ୍ରକାଶ।
କଳାହାଣ୍ଡି,୨୮/୧୧
କୋକସରା ବ୍ଲକ ଟେମରା ଗ୍ରାମ ର ବୟୋଜ୍ୟେଷ୍ଠ ତଥା ଧର୍ମ ପରାୟଣ ଚକାଡୋଳା ପାତ୍ର (୭୪) ଙ୍କ ଶନିବାର ପରଲୋକ ଗମନ ଘଟିଛି। ଆଜି ସକାଳୁ ଗାଧେଇବା ସମୟରେ ହଠାତ ଅସୁସ୍ଥ ହେବାରୁ ତାଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସେ ଜଣେ ଧାର୍ମିକ, ମେଳାପୀ, ପରୋପକାରୀ ବ୍ୟକ୍ତି ଥିଲେ। ଗୁଡ଼ହାଣ୍ଡି ଡୋକରିଚଞ୍ଚରା ମଧୁ ମାଧବ ତୀର୍ଥକ୍ଷେତ୍ର ଶ୍ରୀ ରାମ ମନ୍ଦିର ଉନ୍ନୟନ କମିଟି ର ଆଜୀବନ ସଦସ୍ୟ ଥିଲେ। ତାଙ୍କର ଅକାଳ ବିୟୋଗ ରେ ଗୁଡ଼ହାଣ୍ଡି ଉନ୍ନୟନ କମିଟି ପକ୍ଷରୁ ଶୋକ ପ୍ରକାଶ ପାଇଛି। ତାଙ୍କ ପରଲୋକ ପରେ ଆତ୍ମୀୟ ସ୍ୱଜନ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଗାଁ ମଶାଣି ରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ପୁଅ ସୁବାଷ ପାତ୍ର ମୁଖାଗ୍ନି ଦେଇଥିଲେ। ଅଞ୍ଚଳ ର ଜଣେ ଧର୍ମ ପରାୟଣ ବ୍ୟକ୍ତି ଙ୍କ ବିୟୋଗ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

