Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୋଦୟ ପ୍ରବେଶିକା ପରୀକ୍ଷା,୨ କେନ୍ଦ୍ର ରେ ପରୀକ୍ଷା ଦେଲେ ୫ଶହ ଛାତ୍ରଛାତ୍ରୀ ୭୫ ଅନୁପସ୍ଥିତ।

କଳାହାଣ୍ଡି,୨୮/୧୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜବାହର ଉଚ୍ଚ ବିଦ୍ୟାଳୟ ଓ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଡଙ୍ଗରିଗୁଡା ୨ ଗୋଟି ପରୀକ୍ଷା କେନ୍ଦ୍ର ରେ ନବୋଦୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସକାଳ ୧୧ ୩୦ ରୁ ୧:୩୦ ପର୍ଯ୍ୟନ୍ତ ପରୀକ୍ଷା ସମୟ ରହିଥିଲା। ଜବାହାର ଉଚ୍ଚ ବିଦ୍ୟାଳୟ ରେ ମୋଟ ୨୮୮ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୨୫୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଡଙ୍ଗରିଗୁଡା ରେ ୨୮୭ ରୁ ୨୪୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ୨ କେନ୍ଦ୍ର ରେ ମୋଟ ଛାତ୍ରଛାତ୍ରୀ ୭୫ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ।ପରୀକ୍ଷା ସୁପରିଚାଳନା ପାଇଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ତତ୍ୱାବଧାନ ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସଠିକ ଭାବେ ପରୀକ୍ଷା କରାଇଥିଲେ। ପରୀକ୍ଷା କେନ୍ଦ୍ର ପରିଦର୍ଶନ ରେ ବ୍ଲକ ଶିକ୍ଷା ଅଧିକାରୀ ମହେଶ ଭାଟି ଓ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଉପସ୍ଥିତ ରହି ନିରୀକ୍ଷଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ